ଲକ୍ଷେ ଅଶି ହଜାର ଲାଞ୍ଚ ନେଇ ଫସିଲେ ଗୁଡଭେଲା ବିଡ଼ିଓ ବିନୋଦ ନାଏକ

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅଧିକାରୀ।ରାସ୍ତା କାମ ବିଲ କରିବା ପାଇଁ ଲକ୍ଷେ ଅଶି ହାଜର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଡ଼ିଓ। ବଲାଙ୍ଗିର ଜିଲ୍ଲା ଗୁଡଭେଳା ବ୍ଲକ ବିଡ଼ିଓ ବିନୋଦ କୁମାର ନାଏକ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଯାଇଛନ୍ତି। ଗୁଡ଼ଭେଲା ବ୍ଲକ୍ କାର୍ଯ୍ୟାଳୟ, ସରକାରୀ କ୍ୱାର୍ଟର ସହ ବଲାଙ୍ଗିର ବାସଭବନରେ ଚଢ଼ାଉ କରି ବହୁ ଗୁରୁତ୍ୱପର୍ଣ୍ଣ କାଗଜପତ୍ର ଠାବ କରିଛି ଭିଜିଲାନସ୍।

ସୂଚନା ଅନୁସାରେ, ସୋମବାର ଗଭାରଷା ଗ୍ରାମର ଏକ କଂକ୍ରିଟ ରୋଡ କାମର ବିଲ ପାଇଁ ଠିକାଦାର ଗୋପାଳ ବେହେରାଙ୍କୁ ଏକ ଲକ୍ଷ 80 ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ହେଲେ ଟଙ୍କା ନେଉଥିବା ବେଳେ ବଲାଙ୍ଗିର, ସମ୍ବଲପୁର ଓ ବରଗଡ ଭିଜିଲାନ୍ସ ଟିମ ହାବୁଡ଼ରେ ପଡ଼ିଥିଲେ। ତାଙ୍କୁ ଟଙ୍କା ସହ ଧରିଥିଲା ଭିଜିଲାନ୍ସ। ଏଥିସହ ବଲାଙ୍ଗିର ସହର ସାଗରପଡ଼ା ସ୍ଥିତ ବିଡ଼ିଓଙ୍କ ବାସଭବନ ତଥା ତାଙ୍କ ଗୁଡ଼ଭେଳା ସ୍ଥିତ ସରକାରୀ ଆବାସ ଓ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନସ୍। ଚଢ଼ାଉ ବେଳେ ଭିଜିଲାନ୍ସ ତାଙ୍କ ଠାରୁ ଅନେକ ବ୍ୟାଙ୍କ୍ ଏକାଉଣ୍ଟ୍ ସହ ଜମି ଜମା କାଗଜ ପତ୍ର ଓ ସୁନା ଅଳଙ୍କାର ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ସଂପୃକ୍ତ ବିଡିଓ ବିନୋଦ ନାଏକ ତାଙ୍କୁ ସେଠିକାର ବ୍ଲକ ଅଧ୍ୟକ୍ଷାଙ୍କ ସ୍ଵାମୀ ତଥା ବିଜେପି କର୍ମୀ ଆଶୋକ ଦୋରା ଯୋଜନା ବଦ୍ଧ ଭାବରେ ଫସାଇ ଦେଇଥିବାର କହିଛନ୍ତି। ହେଲେ ଏନେଇ ବିଜେପି ନେତା ଅଶୋକ ଦୋରାଙ୍କ ପ୍ରତିକ୍ରିୟା ମିଳପାରିନାହିଁ।