ଅରୁନ୍ଧତୀ ଏମଡି ବ୍ରହ୍ମାନନ୍ଦ ମେହେରଙ୍କୁ ଗ୍ଲୋବାଲ ଲିଡରସିପ୍ ଆୱାର୍ଡ଼

ଓଡ଼ିଶାବଡ଼ ଖବରବ୍ୟବସାୟ

ଏନ୍ଏନ୍ ବ୍ୟୁରୋ। ବ୍ରହ୍ମାନନ୍ଦ ମେହେରଙ୍କୁ ଗ୍ଲୋବାଲ ଲିଡରସିପ୍ ଆୱାର୍ଡ଼। ପ୍ରତିଷ୍ଠିତ ଅରୁନ୍ଧତୀ ଜ୍ୱେଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେରଙ୍କୁ ଏହି ମର୍ଯ୍ୟାଦା ପୁରସ୍କାର ଦିଆଯାଇଛି। ହାଇଦ୍ରାବାଦରେ ଆୟୋଜିତ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅବସରରେ ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ତେବେ ପୁରସ୍କାର ପାଇବା ପରେ ନିଜ ପିତାମାତା ଓ ଜନ୍ମଭୂମିକୁ ମନେ ପକାଇବା ସହ ଗହଣା ବ୍ୟବସାୟର ସଂଘର୍ଷ କଥା ବଖାଣି ଥିଲେ ବ୍ରହ୍ମାନନ୍ଦ ମେହେର।

ଇଞ୍ଜନିୟରିଂରୁ ଏଣ୍ଟରପ୍ରିନର ହୋଇ ଏବେ ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବ୍ରହ୍ମାନନ୍ଦ। ଏବଂ ଅରୁନ୍ଧତୀ ଏବେ ଆଉ କେବଳ ଗହଣା ଦୋକାନ ହୋଇ ନାହିଁ, ବରଂ ଏକ ବ୍ରାଣ୍ଡ ହୋଇ ସାରିଛି। ଏକ ଛୋଟିଆ ଦୋକାନରୁ ବୃହତ୍ ଦୋକାନରେ ପରିଣତ କରି ଆଜି ଯେଉଁ ସଫଳତାର ଶୀର୍ଷରେ ପହଂଚିଛନ୍ତି ତାର ସଂଘର୍ଷର କାହାଣୀ ନିଜେ ବଖାଣିଛନ୍ତି ବ୍ରହ୍ମାନନ୍ଦ ମେହେର। ଦୀର୍ଘ ୨୩ ବର୍ଷ କର୍ମମୟ ଜୀବନର ନିରନ୍ତର ଓ ନିଷ୍ଠାପର ଉଦ୍ୟମ ଆଜି ତାଙ୍କୁ ଏହି ସୋପାନରେ ପହଞ୍ଚାଥିବା ସେ କହିଛନ୍ତି।

ତେବେ ପ୍ରଥମେ ବଲାଙ୍ଗିର ମାଟିରୁ କେବଳ ୨୦୦ ବର୍ଗ ଫୁଟ ଜାଗାରେ ଆରମ୍ଭ କରିଥିବା ଗହଣା ଦୋକାନ ଏବେ ବିଶାଳ ଷ୍ଟୋରରେ ପରିଣତ ହୋଇ ପାରିଛି। କେବଳ ଏତିକି ନୁହେଁ ୫ ଜଣ ସଦସ୍ୟରୁ ଏବେ ୧୧ ଶହ କର୍ମଚାରୀ ଏବେ ଅରୁନ୍ଧତୀ ସହ ଜଡ଼ିତ। ସେହିପରି ୫ ହଜାର ଗ୍ରାହକରୁ ୫୦ ଲକ୍ଷ ଗ୍ରାହକ ଟପି ସାରିଥିବା କହିଛନ୍ତି ଏମଡି ବ୍ରହ୍ମାନନ୍ଦ ମେହେର। ଆପଣମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ଯୋଗୁ ଏହା ସମ୍ଭବ ହୋଇ ପାରିଛି। ବଲାଙ୍ଗିରରୁ ଆରମ୍ଭ ହୋଇଥିବା ଏହି ବ୍ରାଣ୍ଡ ଏବେ ଓଡ଼ିଶାର ସର୍ବବୃହତ ଜ୍ୱେଲାରି ବ୍ରାଣ୍ଡ ହୋଇଛି। ଏବଂ ଆଗାମୀ ଦିନରେ ନ୍ୟାସନାଲ ଫେବରାଇଟି ବ୍ରାଣ୍ଡ ହେବା ଲକ୍ଷ୍ୟ ରହିଥିବା ବ୍ରହ୍ମାନନ୍ଦ ମେହେର କହିଛନ୍ତି। ତେବେ ତାଙ୍କର ଏହି ସବୁ ସଫଳତା ପଛରେ ତାଙ୍କ ଭାଇ ତଥା ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେରଙ୍କ ପ୍ରଛନ୍ନ ହାତ ରହିଛି ।

Leave a Reply