ନବନୀତା ବ୍ୟୁରୋ। ପୁଣି ବିମାନ ବନ୍ଦରରୁ ଜବତ ହେଲା ସୁନା। ଏକ କେଜିରୁ ଅଧିକ ପରିମାଣର ସୁନା ଜବତ କରିଛି ଏୟାର କଷ୍ଟମ ବିଭାଗ । ଜବତ ସୁନାର ଦାମ୍ ୫୨ ଲକ୍ଷ ଟଙ୍କା ହେବ। କ୍ଵାଲାଲାମ୍ପୂର ରୁ ଭୁବନେଶ୍ୱର୍ ଆସୁଥିବା ଜଣେ ଯାତ୍ରୀଙ୍କ ଠାରୁ ଏହି ବେଆଇନ ସୁନା ଜବତ କରାଯାଇଛି।

ସୂଚନା ଅନୁସାରେ, ଯାତ୍ରୀ ଜଣକ ଭୁବନେଶ୍ୱର ପହଞ୍ଚିବା ପରେ କଷ୍ଟମ ଅଧିକାରୀ ତାଙ୍କୁ ଯାଞ୍ଚ କରିବା ସହ ତା ନିକଟରୁ ୧ କେଜି ୩୧୦ ଗ୍ରାମ ସୁନା ଜବତ କରାଯାଇଛି। କେରଳ କୋଝିକୋଡ଼ର ଏହି ଯାତ୍ରୀଙ୍କୁ କଷ୍ଟମସ୍ ବିଭାଗ ଅଟକ ରଖି ଘଟଣାର ଅଧିକ ପଚରାଉଚରା କରୁଛି।


ପୂର୍ବରୁ ଏପ୍ରିଲ୍ ୪ ତାରିଖରେ ୨୩ ଲକ୍ଷ ୮୯ ହଜାର ୭୯୮ ଟଙ୍କାର ସୁନା ଜବତ ହୋଇଥିଲା। ସେହିପରି ମାର୍ଚ୍ଚ ୩ ତାରିଖରେ ଜଣେ ଯାତ୍ରୀଙ୍କ ଠାରୁ ୨୪ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା। ତେବେ ବିମାନରେ ବାରମ୍ବାର ବେଆଇନ ସୁନା ଚାଲାଣ ହେଉଥିଲେ ବି କେମିତି କେହି ପୂର୍ବରୁ ଜାଣି ପାରୁ ନାହାଁନ୍ତି। ଏଠି ପ୍ରଶ୍ନ ଉଠୁଛି, ଏତେ ସୁରକ୍ଷା ସତ୍ତ୍ଵେ ଯାତ୍ରୀ କିଭଳି ଭାବେ ବିମାନରେ ବେଆଇନ ସୁନା ଚାଲାଣ କରୁଛନ୍ତି।
