ନବନୀତା ବ୍ୟୁରୋ। ସ୍ପ୍ରିଂଟର ଦୂତି ଚାନ୍ଦ। ଟ୍ରାକରେ ଓହ୍ଲାଇ ସେ ସଂଘର୍ଷ କରୁଛନ୍ତି। ଭାରତର ଶହେ ମିଟର ଦ୍ରୁତ ଧାବିକା ଦୂତି ନିଜର ଦ୍ବିତୀୟ ଅଲିମ୍ପିକ୍ ଟୋକିଓ ୨୦୨୦ ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଗତ ଜୁଲାଇରେ ସେ ବିଶ୍ଵ ବିଦ୍ୟାଳୟ ପ୍ରତିଯୋଗୀତାରେ ୧୦୦ ମିଟର ଦୋୖଡରେ ବିଜୟୀ ହୋଇ ପ୍ରଥମ ଭାରତୀୟ ଧାବିକା ଭାବେ ବିବେଚିତ ହୋଇଛନ୍ତି। ହେଲେ ବିଗତ ୨୦୧୪ ମସିହାରେ ତାଙ୍କର ଶରୀରରେ ପୁରୁଷର ଯୌନ ହରମୋନ ମାତ୍ରା ଅଧିକ ଥିବା କାରଣରୁ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ବ୍ୟାନ୍ କରାଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି କେସ ଜିତିଥିଲେ ଦୂତି।
Ecstatic and Humbled!
Honoured to be in Time 100 Next 2019. On the track, I’ll sprint🏃
Off the track, I’ll fight🤼
Fight for Inclusion, Equality, Rights and dignity of People. #loveislove https://t.co/8aA5jxiJUu— Dutee Chand (@DuteeChand) November 13, 2019
ଚଳିତ ବର୍ଷ ଦୂତି ଘୋଷଣା କରିଛନ୍ତି କି ସେ ସମଲିଙ୍ଗୀ ଯୌନ ସଂପର୍କରେ ଅଛନ୍ତି। ଯାହା ଭାରତ ଇତିହାସରେ ସେ ପ୍ରଥମ କରି ସମଲିଙ୍ଗି ଅାଥଲେଟ ବନିଥିଲେ। ତେବେ ଏହାର ଗୋଟିଏ ବର୍ଷ ପୂର୍ବରୁ ସମଲିଙ୍ଗୀତାକୁ ହ୍ରାସ କରିବା ଦେଶ ପାଇଁ ଦୂତିଙ୍କ ରହସ୍ୟ ଖୋଲିବା ଏକ ଉଲ୍ଲେଖନୀୟ କଦମ ଥିଲା। ଏପରିକି ବୋଗ୍ ଇଣ୍ଡିଆ ତାଙ୍କୁ ସ୍ପୋର୍ଟସ ପର୍ସନ୍ ଅଫ୍ ଦି ୟିଆର୍ ପାଇଁ ମନୋନୀତ କରିଥିଲା। ତେବେ ଚାନ୍ଦଙ୍କ କହିବା କଥା ହେଲା, ପ୍ୟାର ବିନା କେହି ବି ଜିତ୍ ହାସଲ କରି ପାରିବେ ନାହିଁ।
