ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନୂଆ ଟିମ୍, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ଵ!

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ସମୀର ମହାନ୍ତିଙ୍କ ନୂଆ ଟିମ୍। ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ଗ୍ରହଣ କରିବାର ଦୀର୍ଘଦିନ ପରେ ନିଜ ଟିମ ଗଠନ କରିଛନ୍ତି ସମୀର। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅନୁମୋଦନ ଅନୁସାରେ ଭାରତୀୟ ଜନତା ପାର୍ଟି, ଓଡିଶା ପ୍ରଦେଶର ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା କରାଯାଇଛି l ତେବେ ଟିମରେ ୧୦ ସଭାପତି, ୪ ସାଧାରଣ ସମ୍ପାଦକ, ଜଣେ ସାଧାରଣ ସମ୍ପାଦକ (ସଂଗଠକ), ୯ ସମ୍ପାଦକ ରହିଥିବା ବେଳେ ଦେବେନ୍ଦ୍ର ନନ୍ଦଙ୍କୁ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଦାୟିତ୍ଵ ଦିଆଯାଇଛି।

ଏଥିସହ ଭାରତୀୟ ଜନତା ଦଳ ଯୁବ ମୋର୍ଚ୍ଚା ସଭାପତି ଓ ମହିଳା ସଭାନେତ୍ରୀଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଯୁବ ମୋର୍ଚ୍ଚା ସଭାପତି ଭାବେ ଈରାଶିସ୍ ଆଚାର୍ଯ୍ୟଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ସ୍ମୃତି ପଟ୍ଟନାୟକଙ୍କୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ଦାୟିତ୍ଵ ଦିଆ ଯାଇଛି। ସେହିପରି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ବିଶେଶ୍ୱର ଟୁଡୁ ଏସଟି ମୋର୍ଚ୍ଚା ସଭାପତି, ବିଭୁ ପ୍ରସାଦ ତରାଇ ଏସସି ମୋର୍ଚ୍ଚା ସଭାପତି ଓ ସିକନ୍ଦର ଅଲ୍ଲୀଙ୍କୁ ମାଇନରିଟି ମୋର୍ଚ୍ଚା ସଭାପତି ଦାୟିତ୍ୱ ଦିଆ ଯାଇଛି।

ଏଥିସହ ପ୍ରବକ୍ତା ଭାବେ ୧୦ ଜଣଙ୍କୁ ଦାୟିତ୍ଵ ଦିଆଯାଇଛି। ସୁଦୀପ୍ତ ରାୟ, ପୀତାମ୍ବର ଆଚାର୍ଯ୍ୟ, ଦିଲିପ୍ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ ମହାନ୍ତି, ବିରଞ୍ଚି ନାରାୟଣ ତ୍ରିପାଠୀ, ଧିରେନ ସେନାପତି, ସୋନାଲି ସାହୁ, ଠାକୁର ରଞ୍ଜିତ ଦାସ ଓ ଉମାକାନ୍ତ ପଟନାୟକଙ୍କୁ ମୁଖପାତ୍ର ଦାୟିତ୍ଵ ଦିଆଯାଇଛି। ଜାଣନ୍ତୁ ଆଉ କାହାକୁ କେଉଁ ଦାୟିତ୍ଵ ମିଳିଛି।

Leave a Reply