ଦିଲ୍ଳୀ/ଭୁବନେଶ୍ୱର, ଫେମିନା ମିସ୍ ଇଣ୍ଡିଆ ୨୦୧୯ ତାଜ୍ ପିନ୍ଧିଲେ ସୁମନ ରାଓ । ଗ୍ରାଣ୍ଡ ଫିନାଲେରେ ରାଜସ୍ଥାନର ସୁମନ ରାଓ ସାନଦାର ଜିତ ହାସଲ କରିଛନ୍ତି । ସୁମନ ରାଓ କୌଣସି ସୁଯୋଗର ହାତଛଡ଼ା ନ କରି ସବୁଥିରେ ଭଲ ପ୍ରଦର୍ଶନ କରିଥିଲେ । ଶେଷରେ ଫେମିନା ମିସ୍ ଇଣ୍ଡିଆ ତାଜ୍ ପିନ୍ଧିବାରେ ସଫଳ ହେଲେ । ଜିତ ପରେ ତାଙ୍କ ମୁହଁ ଖୁସିରେ ଗଦଗଦ ହୋଇ ଯାଇଥିଲା । ତାଜ ପିନ୍ଧିବା ପରେ ସୁମନ ରାଓ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଥାଇଲ୍ୟାଣ୍ଡରେ ହେବାକୁ ଥିବା ମିସ୍ ୱାଲଡ ୨୦୧୯ରେ ଭାରତରୁ ପ୍ରତିନିଧିତ୍ୱ କରିବେ ସୁମନ ରାଓ ।
ସୁମନ ରାଓ ସିଏ ପଢୁଥିଲେ ଏବଂ ନଭେମ୍ବର ୨୩ ତାରିଖରେ ସେ ଜନ୍ମଲାଭ କରିଛନ୍ତି । ହେଲେ ସେ ନିଜ ଜନ୍ମ ବର୍ଷ ସୋଶାଲ ମିଡ଼ିଆରେ ଉଲ୍ଲେଖ କରି ନାହାନ୍ତି । ସୁମନ ରାଓ ମିସ ନବି ମୁ୍ମ୍ବାଇ ୨୦୧୮ରେ ପ୍ରଥମ ରନର୍ସ ଅପ୍ ହୋଇଥିଲେ ।
ଏଥିସହ ସୁମନ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ସକ୍ରିୟ ରହିଛନ୍ତି । ଚାଇଲଡ୍ ହେଲପ୍ ଫାଉଣ୍ଡେସନ ନାମକ ସଂସ୍ଥାରେ ଏଯାଏ ପାଖାପାଖି ୮୦ ହଜାର ଟଙ୍କା ଲୋକଙ୍କଠାରୁ ଚାରିଟିରେ ଜମା କରାଯାଇଛନ୍ତି । ଏହା ବ୍ୟତୀତ ସେ ମୁମ୍ବାଇ ସମୁଦ୍ରକୂଳରେ ସଫାଇ କାର୍ଯ୍ୟ କରିବା ଲାଗି ସହାୟତା ମଧ୍ୟ କରିଛନ୍ତି । ସେ ସ୍ପୋର୍ଟସରେ ମଧ୍ୟ ଧୁରନ୍ଧର । ଭଲ ବାସ୍କେଟ ବଲ ଖେଳନ୍ତି ସୁମନ । ଫେମିନା ମିସ୍ ଇଣ୍ଡିଆ ୨୦୧୯ ଲାଗି ସେ ଅନେକ ମ୍ୟାଚ୍ ଖେଳିଛନ୍ତି ।

ଫେମିନା ମିସ୍ ଇଣ୍ଡିଆ ୨୦୧୯ର ପ୍ରଥମ ରନର୍ସ ଅପ୍ ବିଜେତା ଶିନତା ଚୌହାନ ହୋଇଥିଲେ । ତାଙ୍କ ଘର ଉତ୍ତରପ୍ରଦେଶରେ । ସେହିପରି ତେଲେଙ୍ଗାନାର ସଂଜନା ବିଜ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି । ଫେମିନା ମିସ୍ ଇଣ୍ଡିଆ ୨୦୧୯ରେ ବଲିଓଡର ଅନେକ କଳାକାରମାନେ ମଧ୍ୟ ସାମିଲ ହୋଇଥିଲେ । ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର, ଅଭିନେତା ମନୀଷ ପାଲ ଏବଂ ପୂର୍ବ ମିସ୍ ୱାଲଡ ମାନୁଷୀ ଛିଲ୍ଲର ଏହି ଫିନାଲେର ହୋଷ୍ଟ କରୁଥିଲେ । ଏବଂ ଏ ଶୋକୁ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବଡା, ଅଭିନେତ୍ରୀ ଦିୟା ମିର୍ଜା ଓ ନେହା ଧୁପିଆ ନୀରିକ୍ଷଣ କରୁଥିଲେ ।
