ଜିଲ୍ଲା କୁଲୁତା ସମାଜ ପକ୍ଷରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଲକ୍ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧନା

ଓଡ଼ିଶାରାଜନୀତି

ଏନ୍ଏନ୍ ବ୍ୟୁରୋ। ନବନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୁଇନ୍ତଲା ବ୍ଲକ୍ ଅଧକ୍ଷ ସରୋଜ କୁମାର ପଧାନ ଓ ଆଗଲପୁର ବ୍ଲକ୍ ଉପାଧ୍ୟକ୍ଷ ନିରୁପମା ପଧାନଙ୍କୁ ଜିଲ୍ଲା କୁଲୁତା ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଫୁଲମାଳ, ଉତ୍ତରୀୟ ଓ ରଣେଶ୍ୱର ରାମଚଣ୍ଡୀଙ୍କ ଫଟୋ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲା ଯାଦବ ଭବନରେ ଆୟୋଜିତ ସ୍ଵତନ୍ତ୍ର ସମାରୋହରେ କୁଲୁତା ସମାଜର ନବନିର୍ବାଚିତ ପ୍ରତିନିଧିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।

ଜିଲ୍ଲା କୁଲୁତା ସମାଜର ସଭାପତି ସୁରଥ ପଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମାରୋହରେ ସମ୍ପାଦକ ଶାନ୍ତନୁ କୁମାର ଭୋଇ ଅତିଥି ପରିଚୟ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇ କୁଲୁତା ସମାଜର ଏକ ଭବନ ନିର୍ମାଣ ବାବଦରେ ଉଦ୍ୟମ କରାଯିବ ବୋଲି ମତ ପ୍ରକାଶ କରିଥିଲେ। ସେହିପରି ପୁଇଁତଲା ବ୍ଲକ୍ ଅଧ୍ୟକ୍ଷ ସରୋଜ କୁମାର ପଧାନ ଓ ଆଗଲପୁର ବ୍ଲକ୍ ଉପାଧ୍ୟକ୍ଷ ନିରୁପମା ପଧାନ ଯୋଗ ଦେଇ ସମାଜର ଉନ୍ନତି ପାଇଁ ଯଥା ସମ୍ଭବ ସହଯୋଗ କରିବା ପାଇଁ ସୂଚନା ଦେଇଛନ୍ତି। ଏହି ସମାରୋହରେ ରାହାସ ବିହାରୀ ମାଝୀ, ବିଦେଶୀ ପଧାନ, ମଧୁ ସାହୁ, ଗୋବର୍ଦ୍ଧନ ପଧାନ, ରାମଚନ୍ଦ୍ର ଭୋଇଙ୍କ ସହ କୁଲୁତା ସମାଜର ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ।