ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମିତ ନବଜାତ ଶିଶୁଙ୍କୁ ପୂର୍ବତଟ ରେଳପଥ ପକ୍ଷରୁ ଉପହାର କୁପନ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମିତ ନବଜାତ ଶିଶୁ ପାଇଁ ଖୁସି ଖବର। ଏହା ଭାରତୀୟ ରେଳବାଇ ପାଇଁ ଶୁଭ ଖବର ହୋଇଥିବାରୁ ନବଜାତ ଶିଶୁର ପରିବାରକୁ ଉପହାର ଦେବ ପୂର୍ବତଟ ରେଳବାଇ। ଉପହାର ସ୍ବରୂପ ସେମାନଙ୍କ ପରିବାରକୁ ୫ ହଜାର ଟଙ୍କା ପଠା ଯାଇଛି।
ସୂଚନାଯୋଗ୍ୟ ଯେ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଏଯାଏ ତିନିଟି ନବଜାତ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି। ଉଭୟ ନବଜାତ ଶିଶୁ ଓ ମା ମାନଙ୍କୁ ରେଳବାଇ ପକ୍ଷରୁ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରଯାଇଛି। ତିନିଟି ଶିଶୁ ମଧ୍ୟରୁ ଦୁଇଟି ଟିଟିଲାଗଡ଼ ଠାରେ ଜନ୍ମଗ୍ରହଣ କରିଥିବା ବେଳେ ଗୋଟିଏ ବଲାଙ୍ଗିର ଠାରେ ଜନ୍ମଗ୍ରହଣ କରିଛି। ଏପରିକି ସମସ୍ତ ନବଜାତ ଶିଶୁ ଓଡିଶାର ବଲାଙ୍ଗିର ଜିଲ୍ଲାର।

ଟ୍ରେନରେ ଜନ୍ମିତ ନବଜାତ ଶିଶୁ ନେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଏକ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବତଟ ରେଳପଥର ଅଧିକାରୀମାନେ ବ୍ୟକ୍ତିଗତ ହେଉ କିମ୍ବା ସ୍ବେଛାକୃତ ଭାବେ ରେଳପଥର ପରିସୀମା ମଧ୍ୟରେ ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ନବଜାତ ଶିଶୁଙ୍କୁ ଉପହାର କୁପନ ପ୍ରଦାନ କରିବେ। ଏପରିକି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ନିଜେ ନବଜାତ ଶିଶୁଙ୍କ ପାଖକୁ ପାଞ୍ଚ ହଜାର ଟଙ୍କାର ଉପହାର ପଠାଇଛନ୍ତି। ରେଲୱେର ଅନ୍ୟ ବରିଷ୍ଠ ଅଧିକାରୀମାନେ ଭବିଷ୍ୟତରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଯଦି ଶିଶୁ ଜନ୍ମ ନିଅନ୍ତି ତେବେ ସ୍ବେଛାକୃତ ଭାବେ ସେମାନେ ମଧ୍ୟ ଉପହାର ପ୍ରଦାନ କରିବାକୁ ଇଚ୍ଛାବ୍ୟକ୍ତ କରିଥିବା ସେ କହିଛନ୍ତି।

Leave a Reply