ଦୁଲେ ରାପରଙ୍କ ସ୍ବପ୍ନ ପୂରା କଲେ ପ୍ରେମ ଆନନ୍ଦ

ଓଡ଼ିଶାବଡ଼ ଖବରମନୋରଞ୍ଜନ

ଏନ୍ଏନ୍ ବ୍ୟୁରୋ। ଓଡ଼ିଆ ସିନେମାରେ ଗୀତ ଗାଇବେ ଦୁଲେ ରାପର। ଆସନ୍ତାକାଲି ଦିନ ସାଢ଼େ ୧୧ଟାରେ ଟଙ୍କପାଣି ରୋଡ଼ ସ୍ଥିତ ସ୍ମୃତି ଷ୍ଟଡିଓରେ ହେବ ଗୀତ ରେକର୍ଡ଼ିଂ। ୟୁଟ୍ୟୁବ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ଵର ତାଣ୍ଡି ଓରଫ ଦୁଲେ ରାପରଙ୍କୁ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇବାର ସୁଯୋଗ ଆଣି ଦେଇଛନ୍ତି। ଦୁଲେ ରାପରଙ୍କ ସହିତ ଏହି ଗୀତରେ କଣ୍ଠଦାନ କରିବେ ସୁନ୍ଦରଗଡ଼ର ଝିଅ ସ୍ଵର୍ଣ୍ଣରେଖା ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ଆଶୁତୋଷ। ‘ଜିଓ ଵାଲା ଆଣ୍ଟି ‘ ଶୀର୍ଷକ ଏହି କାମର୍ସିଆଲ ଗୀତଟିକୁ ରଚନା କରିଛନ୍ତି ଗୀତିକାର ସୁବ୍ରତ ସ୍ୱାଇଁ।

ସୁନୋ ସର୍କାର ରାପ ଗାଇ ସୋସିଆଲ ମିଡିଆରେ ରାତାରାତି ଚର୍ଚ୍ଚିତ ହୋଇଥିଲେ ଦୁଲେ ରାପର। ବଲିଉଡ଼ର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଵିଶାଲ ଦଦଲାନିଙ୍କଠୁ ଆରମ୍ଭ କରି ସ୍ଵରା ଭାସ୍କର, ସୋନା ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ବର୍ଖା ଦତ୍ତଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ। ଵିଶାଲ ଦଦଲାନି ତାଙ୍କୁ ବଲିଉଡରେ ଗାଇବାକୁ ଅଫର ଦେଇଥିଲେ ବି ଦୁଲେ ରାପରଙ୍କ ସ୍ବପ୍ନ ଥିଲା ଓଡ଼ିଆ ସିନେମାରେ ଗୀତ ଗାଇବା। ଆଉ ତାଙ୍କର ସ୍ବପ୍ନ ପୂରଣ କରିବାକୁ ଯାଉଛନ୍ତି ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମ ଆନନ୍ଦ। ଅନେକ ଓଡ଼ିଆ ସିଙ୍ଗରକୁ ସୁଯୋଗ ଦେଇଥିବା ପ୍ରେମ ଆନନ୍ଦ କିଛି ଦିନ ତଳେ କୋରାପୁଟ ଝିଅ ନମିତା ମେଲେକାଙ୍କୁ ସୁଯୋଗ ଦେଇ ପ୍ରଶଂସିତ ହୋଇଥିଲେ। ଆସନ୍ତାକାଲି ଦିନ ସାଢ଼େ ୧୧ ଟାରେ ଟଙ୍କପାଣି ରୋଡ ସ୍ଥିତ ସ୍ମୃତି ଷ୍ଟଡ଼ିଓରେ ଦୁଲେ ରାପରଙ୍କ କଣ୍ଠରେ ରେକର୍ଡ କରାଯିବ।

Leave a Reply