ଡିସେମ୍ବର ଯାଏ ଟିମ୍ ଇଣ୍ଡିଆରୁ ବାହାର ହେଲେ ମହେନ୍ଦ୍ର ସିଂ ଧୋନୀ

ଖେଳଦେଶ ଓ ବିଦେଶ

ନବନୀତା ବ୍ୟୁରୋ । ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆରୁ ବାହାର ହେଲେ ଏମ୍ଏସ୍ ଧୋନୀ । ତେଣୁ ଧୋନୀ ଟି-୨୦ ବିଶ୍ୱକପ୍ ଖେଳିବା ସମ୍ଭାବନା କ୍ଷୀଣ । ୱେଷ୍ଟିଇଣ୍ଡିଜ ଗସ୍ତ ପରେ ଦକ୍ଷିଣ ଆଫ୍ରିକା ବିରୋଧରେ ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଟି-୨୦ ସିରିଜରୁ ଧୋନୀ ବାଦ ପଡିଛନ୍ତି । ଏଥିରୁ ବାରି ହୋଇ ପଡୁଛି ଯେ, ଧୋନୀ ଡିସେମ୍ବର ୨୦୧୯ ତକ୍ ଭାରତୀୟ ଟିମ୍ ଲାଗି ବ୍ଲୁ ଜର୍ସିରେ ଆଉ ନଜରକୁ ଆସିବେ ନାହିଁ । କାରଣ ଧୋନୀ ଟେଷ୍ଟ ମ୍ୟାଚରୁ ପୂର୍ବରୁ ସନ୍ୟାସ ନେଇ ସାରି ସାରିଛନ୍ତି । ଏଥିସହ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ମଧ୍ୟ ଧୋନୀଙ୍କ ଛୁଟି ଦିଆଯିବା ଜଣାପଡୁଛି । କାରଣ ମୁଖ୍ୟ ଚୟନକର୍ତା ଏମଏସକେ ପ୍ରସାଦ ଚୟନ ସମିତି ଧୋନୀଙ୍କ ଭବିଷ୍ୟତ ଯୋଜନା ସଂପର୍କରେ ଚିନ୍ତା କରୁ ନାହାନ୍ତି ।

ୱେଷ୍ଟଇଣ୍ଡିଜ ଗସ୍ତ ନେଇ ଇଣ୍ଡିଆ ଟିମ ଚୟନ ପରେ ଏମଏସକେ ପ୍ରସାଦ ସମିତି କହିଛି ଯେ, ଧୋନୀ କେବଳ ୨୦୧୯ ବିଶ୍ୱକପ୍ ପର୍ଯ୍ୟନ୍ତ ଭାରତୀୟ ଟିମର ଭବିଷ୍ୟତ ଯୋଜନାର ସହଭାଗୀ ଥିଲେ । ହେଲେ ଏବେ ୱିକେଟକିପର ବ୍ୟାଟସମ୍ୟାନ ରିଷଭ ପଂତକୁ ଅଧିକରୁ ଅଧିକ ସୁଯୋଗ ଦିଆଯିବ । ଅନ୍ୟପଟେ ଧୋନୀ ସନ୍ୟାସ ନେଇ କିଛି ବି ସ୍ପଷ୍ଟ କରି ନାହାନ୍ତି । ଏନେଇ ଭାରତୀୟ ମ୍ୟାନେଜମେଂଟ ମଧ୍ୟ ଚୁପ ରହିିଛି ।

Leave a Reply