ମଦ ପରେ ବିହାରରେ ଗୁଟଖା, ପାନ ମସଲା ବିକ୍ରି ବନ୍ଦ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ । ମଦ ପରେ ଏବେ ବିହାରରେ ବନ୍ଦ ହେଲା ପାନ ମସଲା । ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଗୁଟଖା, ପାନ ମସଲା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମ୍ୟାଗନେସିୟମ କାର୍ବୋନେଟ ଯୁକ୍ତ ପାନ ମସଲାର ତିଆରି, ବଂଟନ, ପରିବହନ ଓ ବିକ୍ରି ଉପରେ ରୋକ ଲଗାଯାଇଛି । ଏହି ପ୍ରତିବନ୍ଧକ ଏବେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଲଗା ଯାଇଛି । ବିହାରରେ ଏହା ପୂର୍ବରୁ ନିତିଶ କୁମାର ସରକାର ମଦ ଉପରେ ରୋକ ଲଗାଇଥିଲେ ।
ସୂଚନା ଅନୁସାରେ, ଗତ ଜୁନରୁ ଅଗଷ୍ଟ ଯାଏ ବିହାରର ବିଭିନ୍ନ ଜିଲ୍ଲାରେ ଯାଂଚ କରାଯାଇଥିଲା । ଏ ସମୟରେ ୨୦ ନାମୀଦାମୀ କଂପାନୀର ପାନ ସମଲା ସେଂପୁଲ ଜବତ କରାଯାଇଥିଲା । ହେଲେ ସେଥିରେ ମ୍ୟାଗନେସିୟମ କାର୍ବୋନେଟର ମାତ୍ରା ଅଧିକ ଥିବା ଜଣା ପଡ଼ିବା ପରେ ଏହା ଉପରେ ରୋକ ଲଗା ଯାଇଛି ।
ମ୍ୟାଗନେସିୟମ କାର୍ବୋନେଟର ବ୍ୟବହାର ଫୁଟ୍ ସେପଟି ଏଣ୍ଡ ଷ୍ଟାଣ୍ଡାର୍ଡ ରେଗୁଲେସନ ୨୦୧୧କୁ ଉଲଂଘନ କରୁଛି । ଏହାକୁ ନିୟମିତ ବ୍ୟବହାର ଦ୍ୱାରା ଏକ୍ୟୁଟ୍ ହାଇପର ମ୍ୟାଗନେସିଆ ଓ କାର୍ଡିଏକ୍ ଆରେଷ୍ଟ ଭଳି ଗମ୍ଭୀର ବେମାର ହେବା ସଂଭାବନା ରହିଛି ।