ଧୋନୀ ଆରମ୍ଭ କରିବାକୁ ଯାଉଛନ୍ତି ସୈନିକ ସହ ଜଡ଼ିତ ଟିଭି ସିରିଜ, ଦେଖାଯିବ ବୀରଙ୍କ ଲୋମ ଟାଙ୍କୁରା କାହାଣୀ

ଖେଳଦେଶ ଓ ବିଦେଶମନୋରଞ୍ଜନସ୍ପେଶାଲ

ନବନୀତା ବ୍ୟୁରୋ। କ୍ରିକେଟଠାରୁ ଦୂରରେ ରହିଥିବା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ନୂଆ ପାରି ଆରମ୍ଭ କରିବାକୁ ଯାଉଛନ୍ତି। ଧୋନୀ ଭାରତୀୟ ଟେଲିଭିଜନରେ ନିଜ ପ୍ରଯୋଜନା ସଂସ୍ଥା ଧୋନୀ ଏଣ୍ଟରଟେନ୍ଟମେଣ୍ଟ ପ୍ରାଇଭେଟ୍ ଲିମିଟେଡ ଓ ଷ୍ଟୁଡିଓ ନେକ୍ଟସ ସହ ମିଳିତ ଭାବେ ଅଶୋକ ଚକ୍ର ଓ ପରମବୀର ଚକ୍ର ବିଜେତାଙ୍କ ପ୍ରେରଣାର କାହାଣୀ ସିରିଜ ନେଇ ଆସୁଛନ୍ତି।

ଷ୍ଟୁଡିଓ ନେକ୍ଟସ ନିଜ ଟୁଇଟରରେ ଏନେଇ ସୂଚନା ଦିଆ ଯାଇଥିଲା।ନେକ୍ଟସ ଟୁଇଟ କରି ଲେଖିଥିଲା ଯେ କିଛି କାହାଣୀ ହୃଦୟକୁ ଆନ୍ଦୋଳିତ କରିଥାଏ। ତେଣୁ ଆମେ ଏମ୍ଏସ୍ ଧୋନୀ ସହ ବୀରତା ଓ ସାହସିକତାର ଏଭଳି ମହାନ୍ କାହାଣୀ ନିର୍ମାଣ କରିବାକୁ ପ୍ରୟାସ ଚାଲିଛି। ଯାହା ଭାରତର ମହା ନାୟକ ଖୋଦ୍ ଶୁଣାଇଛନ୍ତି। ହେଲେ ପରେ ଏହି ଟୁଇଟକୁ ହଟା ଯାଇଥିଲା।

ସୂଚନା ଅନୁସାରେ ଏ ସିରିଜର ସ୍କ୍ରିପ୍ଟ ଉପରେ କାମ ଜାରି ରହିଛି। ଏବଂ ଖୁବ୍ ଶୀଘ୍ର ଏହାର ସୁଟିଂ ବି ଆରମ୍ଭ ହୋଇଯିବ।

ଧୋନୀ ବିଶ୍ୱକପ୍ ୨୦୧୯ ପରେ ଭାରତୀୟ ଟିମରୁ ଦୂରେଇ ଯାଇଛନ୍ତି। ତେବେ କିଛି ଦିନ ଆଗରୁ ସେ ଏକ ସାକ୍ଷାତକାର ବେଳେ କହିଥିଲେ ଯେ, ଜାନୁୟାରୀ ପୂର୍ବରୁ କ୍ରିକେଟକୁ ଫେରିବା ସମ୍ପର୍କିତ କିଛି ପ୍ରଶ୍ନ ପଚରା ନ ଯାଉ।