ନାଗରିକତା ସଂଶୋଧନ ବିଲ ପାସ ନେଇ ଖୁସି ଜାହିର କଲେ ମୋଦୀ, ସୋନିଆ କହିଲେ କଳା ଦିନ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଲୋକସଭା ପରେ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ପାସ ପରେ ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅନ୍ୟପଟେ କଂଗ୍ରେସ ଅନ୍ତରିମ୍ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହାକୁ ସାମ୍ବିଧାନିକ ଇତିହାସର କଳା ଦିନ ବୋଲି ଆଖ୍ୟା ଦେଇଛନ୍ତି।

ବିଲ୍ ପାସ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସୀ ଜାହିର କରି କହିଛନ୍ତି ଯେ, ଭାରତ ଓ ଆମ ଦେଶର ଭାଇଚାରା ଲାଗି ଐତିହାସିକ୍ ଦିବସ। ମୁଁ ଖୁସୀ ଯେ ନାଗରିକତା ସଂଶୋଧନ ବିଲ ରାଜ୍ୟସଭାରେ ପାସ୍ ହୋଇଗଲା। ଯେଉଁ ସାଂସଦମାନେ ବିଲ୍ ସପକ୍ଷରେ ଭୋଟ ଦେଇଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହା ସେ ଲୋକମାନଙ୍କ କଷ୍ଟ ଦୂର କରିବ, ଯେଉଁ ମାନେ ଦୀର୍ଘ ସମୟ ଧରି ଯାତନାରେ ଅଛନ୍ତି।

ସେପଟେ କଂଗ୍ରେସ ଅନ୍ତରୀମ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନାଗରିକତା ସଂଶୋଧନ ବିଲ ପାରିତ ହେବା ପରେ ନିରାଶ ଜାହିର କରିବା ସହ ଏହାକୁ ସମ୍ବୈଧାନିକ୍ ଐତିହାସିକର କଳା ଦିବସ ବୋଲି ଆଖ୍ୟା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏହା ସଂକୀର୍ଣ୍ଣ ମାନସିକତା ଓ ବଣ୍ଟନ ଶକ୍ତିର ଜିତ୍ ବୋଲି ଆଖ୍ୟା ଦେଇଛନ୍ତି। ଏହା ଭାରତର ସେହି ଚିନ୍ତାକୁ ଚ୍ୟାଲେଂଚ ଦେଉଛି, ଯାହାକୁ ଆମ ପୂର୍ବପୁରୁଷମାନେ ଚିନ୍ତା କରିଥିଲେ। ଏହି ବିଲ ଭାରତକୁ ଭାଗ ଭାଗ କରିବା ସହ ଧର୍ମ ଆଧାରରେ ନାଗରିକତା ତଏ ହେବ ବୋଲି ସୋନିଆ କହିଛନ୍ତି ।

ସେ ଆହୁରି କହିଛନ୍ତି ଆମ ଦେଶ ସବୁ ଦେଶ ଓ ଧର୍ମର ଲୋକଙ୍କୁ ଏଠାରେ ସ୍ଥାନ ଦେଇଛି। ହେଲେ ଦୁଃଖର କଥା ଯେ, ଏହି ବିଧେୟକ ଏମିତି ସମୟରେ ଆସିଛି ଯେତେବେଳେ ଦେଶ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଛି। ତେଣୁ ବିଜେପିର ବିଭାଜନକରୀ ନୀତି ବିରୋଧରେ ସଂଘର୍ଷ ଜାରି ରହିବ ବୋଲି ସୋନିଆ କହିଛନ୍ତି।