ଦିଲ୍ଲୀ ବିଧାନସଭା ଲାଗି ବିଜେପିର ୫୭ ପ୍ରାର୍ଥୀ ତାଲିକା ଜାରି, ଜାଣନ୍ତୁ କାହାକୁ କେଉଁଠି ମିଳିଲା ଆସନ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆପ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଶୁକ୍ରବାର ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୫୭ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ସେ ମଧ୍ୟରେ ୧୧ ଏସସି ପ୍ରାର୍ଥୀ ଥିବା ବେଳେ ୪ ମହିଳାଙ୍କୁ ଟିକେଟ ଦିଆ ଯାଇଛି। ଏହି ୫୭ ଜଣଙ୍କ ପ୍ରାର୍ଥୀ ତାଲିକା ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ ଜାରି କରିଛନ୍ତି। ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ଟିକଟ ମିଳିଛି।