ନବନୀତା ବ୍ୟୁରୋ। ସଞ୍ଚାର ଉପଗ୍ରହ ଜିସାଟ-୩୦ର ଉତକ୍ଷେପଣ ସଫଳ ହୋଇଛି। ଶୁକ୍ରବାର ଇସ୍ରୋ ୟୁରୋପୀୟ ଅନ୍ତରୀକ୍ଷ ଏଜେନସି ଜରିଆରେ ପ୍ରେରଣ କରାଯାଇଛି। ଭାରତୀୟ ସମୟ ଅନୁସାରେ ୨.୩୫ଟାରେ ଏରିଆନ୍-୫ ରକେଟ୍ ସାହାଯ୍ୟରେ ପଠା ଯାଇଛି। ହେଲେ ଏହି ଜିସାଟ୍-୩୦ ସଞ୍ଚାର ଉପଗ୍ରହ ଏନସେଟ୍ -୪ଏ ର ସ୍ଥାନ ନେବ, ଯାହା ୨୦୦୫ ମସିହାରେ ଲଞ୍ଚ କରାଯାଇଥିଲା। ଏହା ଭାରତର ସଞ୍ଚାର ସେବାକୁ ଆହୁରି ମଜବୁତ୍ କରିବାରେ ସହାୟତା କରିବ।

ଜିସାଟ୍ -୩୦ ଉପଗ୍ରହ ଦକ୍ଷିଣ ଆମେରିକା ଉତ୍ତର ପୂର୍ବ ତଟରେ ଥିବା କୌରୋ ଏରିୟନ୍ କ୍ଷେପଣ ପରିସରରେ ଲଞ୍ଚ କରାଯାଇଛି। ଭାରତର ଏହା ୨୪ ତମ ସାଟଲାଇଟ୍ ଅଟେ, ଯାହା ଏରୀୟନ୍ ରକେଟ୍ ଦ୍ଵାରା ଏରିୟାନ୍ ସ୍ପେସକୁ ପ୍ରେରଣ କରାଯାଇଛି। ସୂଚନା ଅନୁସାରେ ଏରୀୟନ ସ୍ପେଶ ୟୁରୋପିଏନ୍ ସ୍ପେଶ ଏଜେନସୀର ବ୍ୟବସାୟିକ ଶାଖା ଏବଂ ଏହା ସହ ଭାରତର ପୁରୁଣା ଭାଗିଦାରୀ ରହିଛି। ଏହାରି ସହାୟତାରେ ଅନେକ ଭାରତୀୟ ଉପଗ୍ରହକୁ ଅନ୍ତରୀକ୍ଷକୁ ପଠା ଯାଇଛି।
ଜିସାଟ -୩୦ ହେଉଛି ଜିସାଟ୍ ସିରିଜର ବହୁ ଶକ୍ତିଶାଳୀ ଉପଗ୍ରହ। ଏହା ଦ୍ବାରା ଦେଶର ସଞ୍ଚାର ପ୍ରଣାଳୀକୁ ଆହୁରି ମଜବୁତ୍ କରା ଯାଇ ପାରିବ। ଇସ୍ରୋ ଅନୁସାରେ, ଏ ଉପଗ୍ରହ ଇନସେଟ୍ -୪ଏ ର ଜାଗା ନେବା ସହ ଏହାର ନିୟନ୍ତ୍ରଣ କ୍ଷମତା ବି ଅଧିକ ରହିବ। ଜିସାଟ୍-୩୦ର ଓଜନ ୩ ହଜାର ୩୫୭ କେଜି ରହିଛି। କୁହାଯାଉଛି କି ଏହି ଦୂରସଂଚାର ଉପଗ୍ରହ ଦ୍ଵାରା ରାଜ୍ୟ ସଞ୍ଚାଳିତ ହେବା ସହ ଦୁର୍ବଳ ସେବା ଯୋଗାଣ କମ୍ପାନୀକୁ ସଞ୍ଚାର ଲିଙ୍କ୍ ଦେଇ ତାର କ୍ଷମତାକୁ ବୃଦ୍ଧି କରିବାରେ ବିଶେଷ ସହାୟତା କରିବ।
