ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଦାବଂ ଗିରି, ଜେଇ ଙ୍କୁ ଶହେ ଥର କରାଇଲେ ଉ ଠ୍ ବସ୍

ଓଡ଼ିଶାଭିଡ଼ିଓରାଜନୀତି

ଭୁବନେଶ୍ୱର: ବିଧାୟକଙ୍କ ଦବଂ ଗିରି। ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଦବଂଗିରି। ଵେଲ୍ ପଡା ର ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟ କାନ୍ତ ଶବର

ଙ୍କୁ ୧୦୦ ଥର ଉଠ୍ ବସ୍ କରାଇଲେ ବିଧାୟକ ସରୋଜ। ଏପରିକି ୫ ମିନିଟ୍ ମଧ୍ୟରେ ୧୦୦ ଥର ଉଠ୍ ବସ୍ ନ ହେଲେ ତା ଙ୍କୁ ମାଡ଼ ମାରିବାକୁ  ସାଧାରଣ ଜନତା ଙ୍କୁ ନିର୍ଦ୍ଦେଶ ଦେଇଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି। ତେବେ ବିଧାୟକଙ୍କ ଏପରି ବହାପିଆ କୁ ବୁଦ୍ଧଜୀବିମାନେ ନା ପସନ୍ଦ କରିଛନ୍ତି।

ସୂଚନା ଅନଯାୟୀ, ବୁଧବାର ନବନିର୍ବାଚିତ ସରୋଜ ମେହେରବିକାଶ କାମର ସମୀକ୍ଷା ଲାଗି  ଖପ୍ରା ଖୋଲ୍ ଯାଇଥିଲେ । ହେଲେ ରାସ୍ତାର ନିମ୍ନ ମାନର କାମ ଦେଖି ତାଙ୍କ ମୁଣ୍ଡକୁ ପିତ ଚଢି ଯାଇଥିଲା। ବିଭାଗୀୟ ଯନ୍ତ୍ରୀ ଜୟକାନ୍ତ ସବରଙ୍କୁ ତାଗିଦ୍ କରିବା ସହ ଧମକ ମଧ୍ୟ ଦେଇଥିବା ଭିଡ଼ିଓ ଭାଇରା ଲ ହେବାରେ ଲାଗିଛି। ଏପରିକି ଯନ୍ତ୍ରୀଙ୍କୁ ୫ ମିନିଟ୍ ମଧ୍ୟରେ ୧୦୦ ଥର ଉଠ ବସ୍ ନ ହେଲେ ମାଡ଼ ଦେବାକୁ ସାଧାରଣ ଜନତା ଙ୍କୁ ନିର୍ଦ୍ଦେଶ ଦେଇଥିଲେ ବିଧାୟକ ସରୋଜ ମେହେର।  ଏବେ ଏହି ଭିଡ଼ିଓ ସବୁଆଡ଼େ ଭାଇ ରା ଲ ହେବାରେ ଲାଗିଛି। ତେବେ ବିଧାୟକ ଙ୍କ ଏଭଳି କାର୍ଯ୍ୟକଳାପ କୁ ଲୋକେ ନା ପସନ୍ଦ କରିଛନ୍ତି।

ଦେଖନ୍ତୁ ଏହି ଭିଡ଼ିଓ।

Leave a Reply