କଶ୍ମୀରରେ ଆତଙ୍କବାଦୀ ହମଲା, ଜଣେ ମହିଳା ମୃତ

ଦେଶ ଓ ବିଦେଶବଡ଼ ଖବର

ଦିଲ୍ଲୀ: ପବିତ୍ର ଇଦ୍ ଦିବସରେ ଆତଙ୍କବାଦୀଙ୍କ ହମଲା । ଜମ୍ମୁ କାଶ୍ଚୀରରେ ପୁଲୱାମା ପୋଲିସ ସୂଚନା ଅନୁସାରେ, ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଆତଙ୍କବାଦୀମାନେ ମହିଳାଙ୍କ ଘର ଉପରକୁ ଗୁଳି କରିଛନ୍ତି । ଏଥିରେ ନଗୀନା ବାନୋଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିରେ ଅନ୍ୟ ଜଣେ ନାଗରିକ ମହମ୍ମଦ ସୁଲତାନ ଗୁରୁତର ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତି କରାଯାଇଛି ।
ସୂଚନା ଅନୁସାରେ, କାକାପୋରାର ନାରୱେଲ ଗାଁରେ ଆତଙ୍କବାଦୀମାନେ ନଗୀ୍ନା ବାନୋଙ୍କ ଘରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏ ସମୟରେ ଆତଙ୍କବାଦୀମାନେ ମହିଳାଙ୍କ ଉପରେ ଗୁଳି କରିଥିଲେ । ଏଥିରେ ନଗୀନା ଗୁରୁତର ହୋଇ ପଡ଼ିଥିଲେ । ହେଲେ ତାଙ୍କୁ ମେଡ଼ିକାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।