ୱେଷ୍ଟଇଣ୍ଡିଜ ଗସ୍ତ ଲାଗି ଭାରତୀୟ ଟିମ୍ ଘୋଷଣା

ଖେଳଦେଶ ଓ ବିଦେଶବଡ଼ ଖବର

ଭୁବନେଶ୍ୱର/ଦିଲ୍ଲୀ: ୱେଷ୍ଟଇଣ୍ଡିଜ ଗସ୍ତ ଲାଗି ଭାରତୀୟ ଟିମ୍ ଘୋଷଣା । ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ଏହା ହେଉଛି ପ୍ରଥମ ମ୍ୟାଚ । ତିନିଟି ଟି-୨୦, ତିନିଟି ଦିନିକିଆ ଓ ଦୁଇଟି ଟେଷ୍ଟ ସିରିଜ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ ବିରାଟ ବାହିନୀ । ଏଥିପାଇଁ ରବିବାର ଭାରତୀୟ ଟିମ ଘୋଷଣା କରିଛି ବିସିସିଆଇ । ଏଥିରୁ କ୍ୟାପଟେନ ବିରାଟ କୋହଲିକୁ ବାଦ ଦେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ହେଲେ ସେମିତି କିଛି ଘଟିଲା ନାହିଁ । ବରଂ ତିନିଟି ଯାକ ସିରିଜରେ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏମଏସ କେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ ସମିିତିରେ କିଛି ନୂଆ ଚେହେରାଙ୍କୁ ସାମିଲ କରାଯାଇଛି । ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ ମହେନ୍ଦ୍ର ସିଂ ଧୋନୀଙ୍କୁ ବିଶ୍ରାମ ଦିଆଯାଇଛି ।

ତିନି ଟିକିଆ ଟି୨୦ ଟିମରେ ବିରାଟ କୋହଲି କ୍ୟାପଟେନ, ରୋହିତ ଶର୍ମା ଉପଅଧିନାୟକ, ଶିଖର ଧୱନ, କେଏଲ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ଥ, କୃଣାଳ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର, ରାହୁଲ ଚହଳ, ଭୁବନେଶ୍ୱର କୁମାର, ଖଳିଲ ଅହମ୍ମଦ, ଦୀପକ ଚହର ଓ ନବଦୀପ ସୈନୀ ।

ସେହିପରି ୩ଟିକିଆ ଦିନିକିଆ ସିରିଜରେ ମଧ୍ୟ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ରୋହିତ ଶର୍ମା ଉପଅଧିନାୟକ, ଶିଖର ଧୱନ, କେଏଲ୍ ରାହୁଲ, ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ଥ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ଶାମୀ, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ ଏବଂ ନବଦୀପ ସୈନୀ ।

ଦୁଇ ଟିକିଆ ଟେଷ୍ଟ ସିରିଜ ଲାଗି ମଧ୍ୟ ଭାରତୀୟ ଟିମ ଘୋଷଣା ହୋଇଛି । ଏଥିରେ ବିରାଟ କୋହଲି ଅଧିନାୟକ ଥିବା ବେଳେ ଆଜିଙ୍କ୍ୟ ରାହାଣେଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି । ଏଥିସହ ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରୋହିତ ଶର୍ମା, ଋଷଭ ପନ୍ଥ (ୱିକେଟ କିପର), ରିଦ୍ଧିମନ୍ତ ଶାହା(ୱିକେଟ କିପର),ଆର. ଅଶ୍ୱୀନ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ଯଶପ୍ରୀତ ବୁମରରା ଓ ଉମେଶ ଯାଦବଙ୍କୁ ଜାଗା ମିଳିଛି ।

ତେବେ ଟି-୨୦,ଦିନିକିଆ ଓ ଟେଷ୍ଟ ସିରିଜ ସବୁ ଫର୍ମାଟରେ କୋହଲିଙ୍କୁ କ୍ୟାପଟେନ କରାଯାଇଛି । ଏଥିରେ ମହେନ୍ଦ୍ର ସିଂ ଧୋନୀଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ବୁମରାଙ୍କୁ କେବଳ ଟେଷ୍ଟ ସିରିଜରେ ସାମିଲ କରାଯାଇଥିବା ବେଳେ ଟି-୨୦ ଓ ଦିନିଆ ସିରିଜିରେ ଜାଗା ମିଳିନି । ହେଲେ ଦିନିକିଆ ସିରିଜରେ ନବଦୀପ ସୈନ ଓ ଖଳିଲ ଅହମ୍ମଦଙ୍କୁ ସାମଲ କରାଯାଇଛି ।
ଅଗଷ୍ଟ ୩ରେ ପ୍ରଥମ ଟି-୨୦ ମ୍ୟାଚ ଖେଳିବ ଇଣ୍ଡିଆ । ୱେଷ୍ଟଇଂଡିଜର ଲାଣ୍ଡରହିଲ ଫ୍ଲୋରିଡାରେ ଖେଳାଯିବ ମ୍ୟାଚ । ଦ୍ୱିତୀୟ ଟି-୨୦ ମ୍ୟାଚ୍ ଅଗଷ୍ଟ ୪ ତାରିଖ ଲାଣ୍ଡରହିଲ ଫ୍ଲୋରିଡା ଷ୍ଟାଡ଼ିୟମରେ ଖେଳାଯିବ । ସେହିପରି ଶେଷ ଟି-୨୦ ମ୍ୟାଚ ଅଗଷ୍ଟ ୬ ତାରିଖରେ ଗୁୟାନା ଷ୍ଟାଡ଼ିୟମରେ ଖେଳାଯିବା କାର୍ଯ୍ୟକ୍ରମ ରହିଛି ।
ସେହପରି ଅଗଷ୍ଟ ୮ ତାରିଖରେ ୟୁଗାନାରେ ପ୍ରଥମ ଦିନିକିଆ ଖେଳିବ ଭାରତ । ୧୧ରେ ଦ୍ୱିତୀୟ ଓ ୧୪ରେ ତୃତୀୟ ତ୍ରିନିଦାଦ ଷ୍ଟାଡ଼ିୟମରେ ମ୍ୟାଚ ଅନୁଷ୍ଠିତ ହେବ ।
ଟି-୨୦ ଓ ଦିନିକିଆ ସିରିଜ ପରେ ଦୁଇ ଟିକିଆ ଟେଷ୍ଟ ସିରିଜ ଖେଳାଯିବ । ଅଗଷ୍ଟ ୨୨ରୁ ୨୬ ପ୍ରଥମ ଟେଷ୍ଟ ମ୍ୟାଚ ଏଂଟିଗାରେ ଖେଳାଯିବ । ସେହିଭଳି ୩୦ରୁ ସେପ୍ଟେମ୍ବର ୩ ଯାଏ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ କିଂଗସଟନ ଜମୈକା ଷ୍ଟାଡ଼ିୟମରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ।