ନବନୀତା ବ୍ୟୁରୋ, ଭୁବନେଶ୍ୱର। ମହାମାରୀ କୋରୋନା ଭୂତାଣୁ ପାଇଁ ଏବେ ସାରା ଦେଶ ଲକଡାଉନ ହୋଇଛି। ଦୀର୍ଘ ୨୧ ଦିନ ଯାଏ ଲକ୍ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ଗରିବ ଲୋକେ ମଧ୍ୟ ଘରେ ଲକ୍ ଡାଉନ୍ ହୋଇ ଯାଇଛନ୍ତି। ସେମାନେ ଯେମିତି ଭୋକ୍ ଉପାସରେ ନ ରହିବେ ସେଥିପାଇଁ ଆଗେଇ ଆସିଛି ବିଜେଡ଼ି।
ବିଜୁ ଜନତା ଦଳ ଲୋଇସିଂହା ତରଫରୁ ଗଠନ କରାଯାଇ ଥିବା ସ୍ୱେଚ୍ଛାକର୍ମୀ ଟିମ ସହିତ ଯୋଗଯୋଗ କରିଥିବା ବିଭିନ୍ନ ଅସହାୟ, ବୃଦ୍ଧ ବୃଦ୍ଧା, ଗରିବ, ଦିଵ୍ୟାଙ୍ଗ ଓ ଅସହାୟ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ କରିଛି ବିଜେଡ଼ି। ବିଜୁ ଜନତା ଦଳ ଟିମ ତରଫରୁ ଆଜି ଆଗଲପୁର ବ୍ଳକର ବୁଦୁଲା, ନଅଗାଁ ଏ, ରିନବଚନ, ଆଗଲପୁର ଓ ରୋଥ ପଂଚାୟତର ବିଭିନ୍ନ ଗାଁ ବୁଲି ଅସହାୟ ପରିବାର ବର୍ଗଙ୍କୁ ରାସନ ସାମଗ୍ରୀ ଯଥା ଚାଉଳ, ଆଳୁ, ଡାଲି ଓ ଲୁଣ ପ୍ରଦାନ କରାଯାଇଥିଲା।

ଏହି ମହତ୍ ସେବା କାର୍ଯ୍ୟରେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ବ୍ଲକ ନୋମିନି ଆଶିଷ ସିଂଦେଓ, ବ୍ଲକ ଯୁବ ସଭାପତି ନାରାୟଣ ସାହୁ, ଆଗଲପୁର(ବିଜେଡି ) ପଂଚାୟତ ସଭାପତି ରାମଚନ୍ଦ୍ର ମେହେର, ବୁଦୁଲା ପଞ୍ଚାୟତ (ବିଜେଡି )ସଭାପତି ଦିଲୀପ ସାହୁ, ରିନବଚନ ପଂଚାୟତ (ବିଜେଡି )ସଭାପତି ପ୍ରଶାନ୍ତ ସାହୁ, ଓ ବିଜୁ ଜନତା ଦଳର ସଦସ୍ୟ ସଙ୍ଖାଳି ସାହୁ, ଶ୍ରୀକାନ୍ତ ଦାଶ, ଅକ୍ଷୟ ମେହେର, ଆନନ୍ଦ ଯୋଶୀ, ବାମଦେବ ଭୋଇ, ଜୟନ୍ତ ବେହେରା, ତ୍ରିଲୋଚନ ସାହୁ, ଭକ୍ତ ବାରିକ, ସୁଜିତ ଭୋଇ, କିଶୋର ନାଏକ, ଲବ ମାଝୀ ଓ ହେମକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
