ନବନୀତା ବ୍ୟୁରୋ। ରାଜ୍ୟରେ ପୁଣି ୧୩୨୦ କରୋନା ରୋଗୀ ଚିହ୍ନଟ। ତାସହ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ରୋଗୀ ସଂଖ୍ୟା ୨୪,୦୧୩କୁ ବୃଦ୍ଧି ପାଇଛି। ଏବଂ ମୃତକ ସଂଖ୍ୟା ୧୩୦କୁ ଛୁଇଁଛି। ୮୮୭ ସଂଗରୋଧ୍ କେନ୍ଦ୍ରର ହୋଇଥିବା ବେଳେ ୪୩୩ ସ୍ଥାନୀୟ ସଂକ୍ରମଣ ବୋଲି କୁହାଯାଉଛି।

ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୩୨୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ତାସହ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମୃତକଙ୍କ ମଧ୍ୟରେ ବାଲେଶ୍ଵର ୨, ଗଜପତି ୧, ଗଞ୍ଜାମ ୩, ଝାରସୁଗୁଡା ୧, ରାୟଗଡ଼ା ୧ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ ଅଛନ୍ତି।
ଚିହ୍ନଟ ୧୩୨୦ ରୋଗୀ ମଧ୍ୟରେ ୮୮୭ ସଙ୍ଗରୋଧ୍ କେନ୍ଦ୍ରର ହୋଇଥିବା ବେଳେ ୪୩୩ ସ୍ଥାନୀୟ ସଂକ୍ରମଣ ବୋଲି ସୂଚନା ଦିଆଯାଇଛି। ଗଞ୍ଜାମରେ ସର୍ବାଧିକ ୫୬୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୭୪, ପୁରୀ ଓ ଗଜପତି ଉଭୟ ଜିଲ୍ଲାରୁ ୯୦ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ସୁନ୍ଦରଗଡରେ ୪୭, ରାୟଗଡ଼ା ୬୫, କନ୍ଧମାଳ ୩୯, କଟକ ୪୭, ଭଦ୍ରକ ୨୮, ବାଲେଶ୍ଵର ୨୩, ଯାଜପୁର ୨୩, କେନ୍ଦୁଝର ୨୪, କୋରାପୁଟ ୩୦, ନୟାଗଡ଼ ଜିଲ୍ଲାରେ ୩୮ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

ଏପଟେ ପଶ୍ଚିମ ଓଡ଼ିଶାରେ ସ୍ଥିତି ବିଗିଡିବାରେ ଲାଗିଛି। ସୁନ୍ଦରଗଡ଼ ଜିଲ୍ଲାରେ ୪୭ ରୋଗୀ ଚିହ୍ନଟ ସହ ମୋଟ ରୋଗୀ ସଂଖ୍ୟା ୧୦୨୦କୁ ବୃଦ୍ଧି ପାଇଛି। ତାସହ ପୁଣି ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ପରେ ଜିଲ୍ଲାରେ ମୋଟ ମୃତକ ସଂଖ୍ୟା ୪ଛୁଇଁଛି। ବରଗଡ଼ରେ ୧୪, ବଲାଙ୍ଗିରରେ ୯, ଦେବଗଡ଼ ୧, ଝାରସୁଗୁଡା ୨ ରୋଗୀ ଚିହ୍ନଟ ଓ ଜଣେ ମୃତ, କଳାହାଣ୍ଡି ୧, ନୂଆପଡ଼ା ୪ ଓ ସୋନପୁର ଜିଲ୍ଲାରେ ଜଣେ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।
ତେବେ ଆଜି ଗୋଟିଏ ଦିନରେ ୭୯ ରୋଗୀ ଚିହ୍ନଟ ହେବା ପରେ ପଶ୍ଚିମ ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୬୭୭କୁ ବୃଦ୍ଧି ପାଇଛି। ଝାରସୁଗୁଡାରେ କରୋନା ପ୍ରଥମ ମୁଣ୍ଡ ନେଇଛି। ସୁନ୍ଦରଗଡ଼ ଜିଲ୍ଲାରେ ଦୁଇ ଜଣଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏଥିସହ ପଶ୍ଚିମ ଓଡ଼ିଶାରେ ମୋଟ ମୃତ୍ୟୁ ସଂଖ୍ୟା ୬କୁ ଛୁଇଁଛି।

ରାଜ୍ୟରେ ମୋଟ ରୋଗୀ ସଂଖ୍ୟା ୨୪,୦୧୩କୁ ବୃଦ୍ଧି ପାଇଥିବା ବେଳେ ମୃତକ ସଂଖ୍ୟା ୧୩୦ ଛୁଇଁଛି। ଆକ୍ରାନ୍ତ ରୋଗୀ ମଧ୍ୟରେ ୧୫,୨୦୧ ଜଣ ସୁସ୍ଥ ହୋଇଥିବା ବେଳେ ୮୬୪୯ ରୋଗୀ ସକ୍ରିୟ ରହିଛନ୍ତି। ତେବେ ୩୩ ଜଣ କରୋନା ବ୍ୟତୀତ ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
