ନବନୀତା ବ୍ୟୁରୋ। କୋସଲରେ କରୋନା କହର। କାୟା ମେଳାଇବାରେ ଲାଗିଛି ଘାତକ କରୋନା। ଗୋଟିଏ ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି ମହାମାରୀ ଏବେ ପାଞ୍ଚଟା ଜିଲ୍ଲାକୁ ବ୍ୟାପୀ ଗଲାଣି। ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ମଧ୍ୟରୁ ଅଧା ଜିଲ୍ଲାକୁ ଛୁଇଁଲାଣି।
First Health Update, 3rd May
Two Positives of Ganjam
17 yr Male & 22 yr Male
(Surat returnees. Asymptomatic)One Positive Case in Jharsuguda
40 yr Female
Contact of previous positive caseContact tracing and follow-up action is being done.
Total Positive Case: 160— I & PR Department, Odisha (@IPR_Odisha) May 3, 2020
ରବିବାର ଝାରସୁଗୁଡ଼ା ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଚିହ୍ନଟ ରୋଗୀ ଜଣେ ୪୦ ବର୍ଷୀୟ ମହିଳା ବୋଲି ଜଣା ପଡିଛି। ସେ ପୂର୍ବ କରୋନା ରୋଗୀର ସଂପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଓ ଫଲ୍ ଅଫ୍ ଜାରି ରହିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଆଗରୁ ଗତ ଏପ୍ରିଲ୍ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରଜନଗର ଅଞ୍ଚଳରେ ଜଣେ ୧୮ ବର୍ଷୀୟ ଯୁବତୀ କରୋନା ଆକ୍ରାନ୍ତ ହୋଇଥିଲେ। ସେ କଲିକତାରୁ ଫେରି ଘରକୁ ଆସିବା ପରେ ଏହି ମହାମାରୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେବେ ତାଙ୍କ ସଂସ୍ପର୍ଶରେ ଆସି ଜିଲ୍ଲାର ଅନ୍ୟ ଜଣେ ୪୦ ବର୍ଷୀୟ ମହିଳା ଆକ୍ରାନ୍ତ ହେବା ପରେ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଏବେ ଆସନ୍ତୁ ଜାଣିବା ପଶ୍ଚିମ ଓଡ଼ିଶାର କେତେ ଜିଲ୍ଲାରେ କରୋନା ବ୍ୟାପିବା ସହ କେତେ ରୋଗୀ ସକ୍ରିୟ ରହିଛନ୍ତି। ପ୍ରଥମେ ଜାଣିବା ଶିଳ୍ପ ନଗରୀ ଜିଲ୍ଲାରୁ। ଆଜି ଜଣେ ମହିଳା ରୋଗୀ ଚିହ୍ନଟ ପରେ ଝାରସୁଗୁଡା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁୁଇକୁ ବୃଦ୍ଧି ହୋଇଛି। ଉଭୟ ମହିଳା ରୋଗୀ ସକ୍ରିୟ ରହିଛନ୍ତି। ଏଥିସହ ପଶ୍ଚିମ ଓଡ଼ିଶାରେ ମୋଟ ରୋଗୀ ସଂଖ୍ୟା ୧୭ରେ ପହଞ୍ଚିଛି। ଦେବଗଡରେ ଜଣେ ରୋଗୀ ସକ୍ରିୟ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଦୁଇ ଜଣ ଯାକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ସୁନ୍ଦରଗଡ଼ ଜିଲ୍ଲାରେ ସବୁଠାରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ମୋଟ ୧୦ ଜଣ କରୋନା ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେବି ୫ ରୋଗୀ ସକ୍ରିୟ ରହିଛନ୍ତି। ସେପଟେ ବଲାଙ୍ଗିର ଜିଲ୍ଲାରେ ଦୁଇ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଗୁଡ଼ଭେଲା ବ୍ଲକ ଲୁଖିରିଆ ଗାଁର ଉଭୟ ପୁରୁଷ ତାମିଲନାଡୁରୁ ଫେରିଛନ୍ତି। ମାର୍ଚ୍ଚ ୧୬ ତାରିଖରେ ଉଭୟେ ଧାନବାଦ ଏକ୍ସପ୍ରେସରେ ଯାତ୍ରା କରି ୧୭ ତାରିଖରେ ବଲାଙ୍ଗିର ରେଳ ଷ୍ଟେସନରେ ପହଞ୍ଚି ଥିଲେ। ସେଠାରୁ ଗାଡ଼ି ଭଡ଼ା କରି ୪ ଜଣ ସାଙ୍ଗରେ ସେଦିନ ଏକା ଘରକୁ ଯାଇଥିଲେ। ଏବଂ ୧୮ ତାରିଖରୁ ଏପ୍ରିଲ୍ ୫ ତାରିଖ ଯାଏ ହୋମ୍ କ୍ୱାରେନଟିନ୍ ରହିଥିଲେ। ଏହାପରେ ୬ରୁ ୩୦ ଏପ୍ରିଲ୍ ଯାଇ ବିଭିନ୍ନ ସ୍ଥାନ ବୁଲା ବୁଲି ମଧ୍ୟ କରିଛନ୍ତି। ତେବେ ଲକ୍ଷଣ ନ ଥିଲେ ମଧ୍ୟ ତାମିଲନାଡୁରୁ ଆସିଥିବା ଯୋଗୁଁ ଉଭୟଙ୍କ ସାମ୍ପୁଲ ଟେଷ୍ଟ କରାଯାଇଥିଲା। ତେବେ ମଇ ୧ ତାରିଖରେ ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସେମାନଙ୍କୁ ବଲାଙ୍ଗିର କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଛି।
Travel History of #Covid19 Patients
Case No: 147, 148 & 149Contact tracing and follow-up action is being done. pic.twitter.com/EsSJLHnmKN
— I & PR Department, Odisha (@IPR_Odisha) May 3, 2020
ଏମାନେ ବିଭିନ୍ନ ଜାଗା ବୁଲିବା ସହ ଅନେକ ଲୋକଙ୍କ ସହ ମିଶି ଥିବାରୁ ଜିଲ୍ଲାପ୍ରଶାସନ ତତ୍ପରତା ପ୍ରକାଶ କରି ସଂପୃକ୍ତ ଅଂଚଳକୁ ସିଲ୍ କରି ଦେଇଛି। ଏପରିକି ସେ ଅଞ୍ଚଳକୁ ଯିବା ଆସିବା ପାଇଁ ସଂପୂର୍ଣ୍ଣ ବାରଣ କରାଯାଇଛି। ତେବେ ଉଭୟ ରୋଗୀ କେତେ ଜଣଙ୍କ ସହ ମିଶି ଛନ୍ତି ଏଯାଏ ସ୍ପଷ୍ଟ ଜଣା ପଡ଼ି ନାହିଁ।
