ସିଏମ୍ ରିଲିଫ୍ ପାଣ୍ଠିକୁ ଏତିକି ଦାନ ଦେଲା ବିଜୁ ଯୁବ ବାହିନୀ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲା ବିଜୁ ଯୁବ ବାହିନୀ। ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଆଗଲପୁର ବ୍ଳକର ବିଜୁ ଯୁବ ବାହିନୀ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି। ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ୨୧ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି।
ମହାମାରୀ କରୋନା ଭୂତାଣୁ ଯୋଗୁଁ ଏବେ ସାରା ବିଶ୍ଵ ସଙ୍କଟର ସମ୍ମୁଖୀନ ହେଉଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଆର୍ଥିକ ସହାୟତାର ହାତ ବଢ଼ାଇଛି ବିଜୁ ଯୁବ ବାହିନୀ। କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୧ ହଜାର ଟଙ୍କାର ଚେକ୍ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ଏ ସମୟରେ ଆଗଲପୁର ବ୍ଳକ କୋଡ଼ିନେଟର ପ୍ରମୋଦ ବାରିକ, ରାଜ୍ୟ ପରିଷଦ ବିଜେଡି ନିହାର ରଞ୍ଜନ ବେହେରା, ଆଗଲପୁର ବ୍ଲକ ବିଜୁ ଯୁବ ଜନତା ଦଲ ସଭାପତି ନାରାୟଣ ସାହୁ ଓ ଆଗଲପୁର ବ୍ଲକ ବିଜୁ ଯୁବ ବାହିନୀ ସଦସ୍ୟ ପିଣ୍ଟୁ ଯୋଶୀ, ବିକ୍ରମ ନନ୍ଦ, ବୁଦ୍ଧଦେବ ସାହୁ,ଗୌରଦେବ ତାଣ୍ଡି, ସଂଯୋକ ସାହୁ, ନିତ୍ୟାନନ୍ଦ ସାହୁ, ତ୍ରିଲୋଚନ ସାହୁ, ସୁଜିତ୍ ଭୋଇ ଓ ଭକ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।