ମନ୍ତ୍ରୀଙ୍କ ମହାନତା, ହିତାଧିକାରୀଙ୍କୁ ଚାଉଳ ଓ ଟଙ୍କା ବାଣ୍ଟିଲେ ସୁଶାନ୍ତ ସିଂ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ରାସନ୍ କାର୍ଡ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ। ୩ ମାସର ଚାଉଳ ସହ ହଜାରେ ଟଙ୍କା ଲେଖାଏଁ ବଣ୍ଟନ କରାଯାଇଛି। ବରଗଡ ଜିଲ୍ଲା ସୋହେଲା ବ୍ଲକ ଛୁରିଆପାଲି ପଂଚାୟତର ଝାରମୁଣ୍ଡା ଗାଁରେ ଚାଉଳ ବଣ୍ଟନ କରିଛନ୍ତି ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ। ରାସନ କାର୍ଡ ହିତାଧିକାରୀଙ୍କୁ ୩ ମାସର ଚାଉଳ ସହ ସରକାର ପକ୍ଷରୁ ଘୋଷଣା କରାଯାଇଥିବା ପ୍ରତି ଖାଉଟି କାର୍ଡ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ସହାୟତା ରାଶି ବଂଟନ କରିଛନ୍ତି ମନ୍ତ୍ରୀ ସୁଶାନ୍ତ।


ଏଥିସହ ରାସନ୍ କାର୍ଡ ହିତାଧିକାରୀଙ୍କୁ କରୋନା ସମ୍ପର୍କରେ ସଚେତନତା କରାଯାଇଥିଲା। ଚାଉଳ ନେବାକୁ ଆସିଥିବା ହିତାଧିକାରୀ ହ୍ୟାଣ୍ଡ ୱାସରେ ହାତ ଧୋଇବା ସହ ସାମାଜିକ ଦୂରତା ଅବଲମ୍ବନ କରି ଏକ ମିଟର ଦୂରରେ ଲାଇନ୍ ଲଗାଇ ଛିଡ଼ା ହୋଇଥିଲେ ସମସ୍ତ ହିତାଧିକାରୀ। ନିଜ ପାଳି ଆସିବା ପରେ ଜଣ ଜଣ କରି ସୁଶାନ୍ତ ସିଂଙ୍କ ଠାରୁ ୩ ମାସର ଚାଉଳ ସହ ୧୦୦୦ ଟଙ୍କା ଲେଖାଏଁ ନେଇ ଘରକୁ ଫେରି ଥିଲେ ହିତାଧିକାରୀ।


କିଛି ଦିନ ଆଗରୁ ଗରିବ ଖଟିଖିଆ ଲୋକଙ୍କ ନିକଟକୁ ରାସନ୍ ପ୍ୟାକେଟ ପହଞ୍ଚାଇବା ପାଇଁ ମନ୍ତ୍ରୀ ଖୋଦ୍ ଗାଡି ଚଳାଇ ଯାଇଥିଲେ। ସୋହେଲା ବ୍ଲକର ୨୬ ଟି ପଞ୍ଚାୟତରେ ରହୁଥିବା ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ଦେଇ ଉଦାରତା ଓ ନିଃସ୍ଵାର୍ଥର ସେବାର ପରିଚୟ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫ ହଜାର ଶୁଖିଲା ଖାଦ୍ୟ ପ୍ୟାକେଟ ଦେଇଥିବା ବେଳେ ଆବଶ୍ୟକ ସ୍ଥଳେ ଆହୁରି ଖାଦ୍ୟ ପ୍ୟାକେଟ ଯୋଗାଇ ଦେବାକୁ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି।
ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ୩ ମାସର ରାସନ୍ ଓ ହଜାରେ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ। ସରକାରଙ୍କ ଘୋଷଣା ଅନୁସାରେ ଆଜି ମନ୍ତ୍ରୀ ସୁଶାନ୍ତ ସିଂ ସୋହେଲା ବ୍ଲକର ଝାରମୁଣ୍ଡା ଗାଁରେ ହିତାଧିକାରୀଙ୍କୁ ଚାଉଳ ସହ ହଜାରେ ଟଙ୍କା ଲେଖାଏଁ ବଣ୍ଟନ କରିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ।