ଯୁବ କଂଗ୍ରେସ ନେତା ମନୀଷ ମିଶ୍ରଙ୍କୁ କରୋନା ଯୋଦ୍ଧା ସମ୍ମାନ

ବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିରର ଯୁବ କଂଗ୍ରେସ ନେତା ମନୀଷ ମିଶ୍ର ସମ୍ମାନିତ। ହରିନାରାୟଣ ଜୈନ ସ୍ମୃତି କମିଟି ପକ୍ଷରୁ ତାଙ୍କୁ ଏହି ସମ୍ମାନ ମିଳିଛି। କରୋନା କାଳରେ ନିରବଚ୍ଛିନ୍ନ ଭାବରେ ଲୋକଙ୍କ ସେବା କରି ଥିବାରୁ ତାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି। ହରିନାରାୟଣ ଜୈନ ସ୍ମୃତି କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏବଂ ମନୀଷ ମିଶ୍ରଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରିଥିଲେ ବିଧାୟକ ନରସିଂହ ମିଶ୍ର।

କରୋନା ମହାମାରୀ ସମୟରେ ନିଃସ୍ଵାର୍ଥପର ଭାବରେ ଲୋକଙ୍କ ସେବା କରି ଆସୁଛନ୍ତି ଯୁବ କଂଗ୍ରେସ ନେତା ମନୀଷ ମିଶ୍ର। ନିଜ ଜୀବନକୁ ବାଜି ଲଗାଇ ଅନ୍ୟ ମାନଙ୍କ ପାଇଁ ସମର୍ପି ଥିବାରୁ ତାଙ୍କୁ ବିଭିନ୍ନ ମହଲରେ ତାରିଫ କରାଯାଉଛି। ତେଣୁ ତାଙ୍କର ଏଭଳି ମହନୀୟ କାର୍ଯ୍ୟକୁ ପ୍ରଶଂସା କରି କୋଭିଡ୍ ଯୋଦ୍ଧା ଭାବେ ସମ୍ମାନିତ କରିଛି ହରିନାରାୟଣ ଜୈନ୍ ସ୍ମୃତି କମିଟି। ସୂଚନାଯୋଗ୍ୟ ଯେ, ଯୁବ କଂଗ୍ରେସ ନେତା ମନୀଷ ମିଶ୍ର ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ଡିଏଚଏଚ ନୋମିନି ଅଛନ୍ତି। ତେବେ ତାଙ୍କୁ କୋଭିଡ୍ ଯୋଦ୍ଧା ଭାବେ ସମ୍ମାନିତ କରାଯିବା ପରେ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।

Leave a Reply