ନବନୀତା ବ୍ୟୁରୋ। କେନ୍ଦ୍ର ବଜେଟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। କୃଷି ଉପରେ ଅଧିକ ଫାେକସ କରାଯାଇଥିବାରୁ ବଜେଟକୁ ସ୍ବାଗତ କରିଛନ୍ତି ନବୀନ। କୃଷି ରେଲ୍ ଓ କୃଷି ଉଡାଣ ବ୍ୟବସ୍ଥା ସହ ପିଏମ-କୁସୁମ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ଯୋଗାଣ ବ୍ୟବସ୍ଥାକୁ ଉତ୍ତମ ପଦକ୍ଷେପ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ତାସହ କମ୍ପାନୀଗୁଡ଼ିକର ଟିକସ ରିହାତି ଘୋଷଣା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ସ୍ବାଗତ କରିଛନ୍ତି। ଏଥିସହ ବ୍ୟାଙ୍କ ଜମା ବୀମା ରାଶି ୧ ରୁ ୫ ଲକ୍ଷକୁ ବଢାଯିବା ସହ ନୂଆ ଶିକ୍ଷାନୀତିିକୁ ଭଲ ପଦକ୍ଷେପ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।
ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ଚଳିତବର୍ଷର କେନ୍ଦ୍ର ବଜେଟକୁ ସ୍ୱାଗତ କରିବା ସହିତ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିଷୟରେ ମତ ରଖିଛନ୍ତି ।@CMO_Odisha@bjd_odisha pic.twitter.com/69uMKY4X2I
— BJD Odisha (@BJD4Odisha) February 1, 2020
ସେପଟେ ସବୁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ବ୍ୟୟବରାଦ ରାଶି କମିଥିବାରୁ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଏପରିକି କେନ୍ଦ୍ରୀୟ ଟିକସ ସଂଗ୍ରହ ୫୯ ହଜାର କୋଟି ହ୍ରାସ ପାଇଥିବା ଯୋଗୁଁ ଓଡ଼ିଶାର ଭାଗ ପ୍ରାୟ ୩ ହଜାର କୋଟି କମିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ ପ୍ରାଚୀନ ଐତିହ୍ୟର ବିକାଶ ଲାଗି ଓଡ଼ିଶାର କୌଣସି ପର୍ଯ୍ୟଟନସ୍ଥଳୀକୁ ସାମିଲ୍ କରାଯାଇନଥିବାରୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି। ତାସହ ଉତ୍କଟ ଜଳ ସମସ୍ୟାର ସମାଧାନ ଲାଗି କମ ବ୍ୟୟବରାଦ କରାଯାଇଥିବାରୁ ଚିନ୍ତାର ବିଷୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
