ନବନୀତା ବ୍ୟୁରୋ, ଭୁବନେଶ୍ୱର। ଦେଶରେ କରୋନା ଭୂତାଣୁ ସଂକ୍ରମିତକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନା ସଂକ୍ରମିତଙ୍କ ପାଇଁ ଦେଶର ସର୍ବବୃହତ ମେଡିକାଲ୍ କରିବାକୁ ଯାଉଛନ୍ତି ଓଡ଼ିଶା ସରକାର। ଏହି ମେଡିକାଲରେ କେବଳ କରୋନା ରୋଗୀଙ୍କୁ ଚିକିତ୍ସା କରାଯିବ। ୧୦୦୦ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ ଦୁଇ ସପ୍ତାହ ମଧ୍ୟରେ ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେବ।
In a first of its kind initiative in the country, we are setting up two stand alone #COVID19 hospitals with a combined strength of 1000 beds in Bhubaneswar. The two hospitals to be functional within a fortnight and strengthen our fight against #CoronaVirus. pic.twitter.com/WTuxBoHwoz
— Naveen Patnaik (@Naveen_Odisha) March 26, 2020
ମେଡିକାଲ ନିର୍ମାଣ ଲାଗି ଓଡିଶା ସରକାର, କର୍ପୋରେଟ ଓ ମେଡିକାଲ କଲେଜ ମଧ୍ୟରେ ତ୍ରିସ୍ତରୀୟ ଚୁକ୍ତି ସ୍ବାକ୍ଷରିତ ହୋଇଛି। ସମ୍ ଓ କିମ୍ସ ମେଡିକାଲରେ ହେବାକୁ ଥିବା କରୋନା ଚିକିତ୍ସାଳୟ ଲାଗି ଓଏମସି ଓ ଏମସିଏଲ ସିଏସଆର୍ ଫଣ୍ଡରୁ ଟଙ୍କା ଖର୍ଚ୍ଚ କରାଯିବ।
ଦେଶରେ କରୋନା ଭୂତାଣୁ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ସୂଚନା ଅନୁସାରେ ଏବେ ସୁଦ୍ଧା ଦେଶରେ ୬୪୯ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଓଡ଼ିଶାରେ କରୋନାରେ ସଂକ୍ରମିତ ୨ ଜଣ ଚିହ୍ନଟ ହୋଇ ଚିକିତ୍ସା ଚାଲିଛି।
