ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ ଆର୍ଥିକ ମାନ୍ଦାବସ୍ଥାକୁ ବଞ୍ଚାଇବା ପାଇଁ ବଡ଼ ଘୋଷଣା କରିଛନ୍ତି। ଚାଷୀ, ମନରେଗା ଶ୍ରମିକ, ମହିଳା, ପିଏଫ୍ ଖାତାଧାରୀ ଆଦି ଲୋକଙ୍କୁ ସହାୟତା ଯୋଗାଇ ଦେଇଛନ୍ତି। ଏଥିସହ ନିଶ୍ଚିତ କରିଛନ୍ତି ଯେ, ଭାରତ ଲକ୍ ଡାଉନ୍ ସମୟରେ କୋୖଣସି ବି ଗରିବ ଲୋକ ଯେମିତି ଭୋକିଲା ନ ରହିବ।
ନବନୀତା ବ୍ୟୁରୋ। ଲକ୍ ଡାଉନ୍ ସମୟରେ ଆର୍ଥିକ ମାନ୍ଦାବସ୍ଥା ଚିନ୍ତା। ଏହାକୁ ବଞ୍ଚାଇ ରଖିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ନିର୍ମଳା।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଯେଉଁ ମାନେ ଏହି ସଙ୍ଘର୍ଷ ଲଢ଼ୁଛନ୍ତି, ଚିକିତ୍ସା ଦିଗରେ କାମ କରୁଛନ୍ତି ସେମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା କରାଯିବ। ଏହା ୨୦ ଲକ୍ଷ କର୍ମଚାରୀଙ୍କୁ ଲାଭ ମିଳିବ।
ନିର୍ମଳା ଆହୁରି କହିଛନ୍ତି ଯେ କୌଣସି ଗରିବ ଲୋକ ଭୋକିଲା ନ ରହିବେ ସେଥିପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସୁନିଶ୍ଚିତ କରିବ କି ସମସ୍ତ ଗରିବ ଲୋକଙ୍କୁ ଖାନା ମିଳିବ। ଯୋଜନା ଅନୁସାରେ ପାଞ୍ଚ କେଜି ଅତିରିକ୍ତ ଗହମ କିମ୍ବା ଚାଉଳ ଆସନ୍ତା ତିନି ମାସ ଯାଏ ମିଳିବ। ୮୦ କୋଟି ଲୋକ ଏହାର ଲାଭ ଉଠାଇବେ। ଏଥିସହ ଏକ କେଜି ଡାଲି ମଧ୍ୟ ଦିଆ ଯିବା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଗରିବ ଲୋକଙ୍କୁ ପାଞ୍ଚ କେଜି ଗହମ କିମ୍ବା ଚାଉଳ ମିଳୁଥିଲା।
ଏଥିସହ ଏପ୍ରିଲ୍ ପ୍ରଥମ ସପ୍ତାହରେ ଚାଷୀ ଖାତାକୁ ୨୦୦୦ ଟଙ୍କା ପ୍ରଥମ କିସ୍ତି ଦିଆଯିବ। ଏଥିରେ ଦେଶର ୮ କୋଟି ୭୦ ଲକ୍ଷ ଚାଷୀ ଏହାର ଫାଇଦା ପାଇବେ।
ନିର୍ମଳା କହିଛନ୍ତି ଯେ, ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ଲୋକଙ୍କୁ ୧୦୦୦ ଟଙ୍କା ଅତିରିକ୍ତ ଦିଆଯିବ। ଏହା ଆସନ୍ତା ତିନି ମାସ ଯାଏ ଲାଗୁ ହେବ। ଦୁଇଟି କିସ୍ତିରେ ଡିବିଟି କରାଯିବ। ଏହାର ଫାଇଦା ପ୍ରାୟ ୩ କୋଟି ଲୋକ ପାଇବେ।
ମନରେଗା ଶ୍ରମିକଙ୍କ ପାଉଣା ୧୮୨ ଟଙ୍କାରୁ ୨୦୨ କୁ ବୃଦ୍ଧି କରାଯାଇଛି।
ଉଜ୍ଜ୍ୱଲା ଯୋଜନାର ୮ କୋଟି ମହିଳା ଲାଭାର୍ଥୀଙ୍କୁ ଆସନ୍ତା ତିନି ମାସ ଯାଏ ମାଗଣାରେ ସିଲିଣ୍ଡ ଦିଆଯିବ।
ଏହା ବ୍ୟତୀତ ଆସନ୍ତା ତିନି ମାସ ଯାଏ ମହିଳା ଜନଧନ ହିତାଧିକାରୀଙ୍କୁ ପ୍ରତି ମାସ ୫୦୦ ଟଙ୍କା ଦିଆଯିବ। ଏହାର ଲାଭ ୨୦ କୋଟି ମହିଳା ପାଇବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।
ଦିନଦୟାଲ ଯୋଜନାରେ ମହିଳାଙ୍କୁ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୦ ଲକ୍ଷ ଯାଏ ଋଣ ପ୍ରଦାନ କରାଯିବ। ପୂର୍ବରୁ ୧୦ ଲକ୍ଷ ଟଙ୍କା ଯାଏ ଋଣ ପ୍ରଦାନ କରାଯାଉଥିଲା।
ସଂଗଠିତ କ୍ଷେତ୍ରରେ ବି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଆସନ୍ତା ତିନି ମାସ ଯାଏ ଇପିଏଫ୍ ସରକାର ଭରିବେ। କିନ୍ତୁ ଏହା ସଂପୃକ୍ତ କମ୍ପାନୀରେ ଲାଗୁ ହେବ ଯେଉଁଠି ୧୦୦ ରୁ କମ କର୍ମଚାରୀ ଥିବେ ଓ ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫୦୦୦ ରୁ କମ ରହିଥିବ।
ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଜିଲ୍ଲା ମିନେରାଲ ଫଣ୍ଡର ବିନିଯୋଗ ମେଡିକାଲ୍ ସ୍କ୍ରିନିଂ, ଟେଷ୍ଟିଂ ଗତିବିଧି, କରୋନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରନ୍ତୁ, ଫଳରେ କରୋନା ଯେମିତି ଅଧିକ ଲୋକଙ୍କୁ ପ୍ରଭାବ ନ ପକାଇବ।
ଲକଡାଉନରେ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
