କଦମପଡ଼ା ଶିଶୁବିଦ୍ୟାମନ୍ଦିରରେ ଶିଶୁ ଦିବସ ପାଳିତ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। କଦମପଡା ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଛତାମଖନା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଦୈତାରି ପୂଝାରୀ ଦୀପ ପ୍ରଜ୍ବଳନ କରିବା ସହ ଚାଚା ନେହେରୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶିଶୁ ଫୁଲ ସଦୃଶ କୋମଳ ଥିଲେ ମଧ୍ୟ ନିଜର ବାସ ତଥା ଗୁଣ ଦ୍ବାରା ଚତୁର୍ଦ୍ଦିଗକୁ ବାସ ଚହଟାଇ ପାରିବେ ବୋଲି ମୁଖ୍ୟ ଅତିଥି କହିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଶଶିଭୁଷଣ ପୁରୋହିତ, ସଂପାଦକ ସୁରେନ୍ଦ୍ର ତ୍ରିପାଠୀ, କୋଷାଧ୍ୟକ ସତ୍ୟାନନ୍ଦ ଷଡଙ୍ଗୀ ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମଞ୍ଚାସୀନ ଥିଲେ।

ହେଲେ ଶିଶୁ ବକ୍ତା ରୁପେ ଅଷ୍ଟମ ଶ୍ରେଣୀର ରେଶ୍ମା ମେହେର ଓ ଆଦ୍ୟାନ୍ତ ବିଶ୍ବାଳ, ଶିଶୁ ସଂଯୋଜକ ରୁପେ ନବମ ଶ୍ରେଣୀର ପ୍ରିୟଙ୍କା ମହାପାତ୍ର, ଅଷ୍ଟମ ଶ୍ରେଣୀର ସମୀକ୍ଷା ବେଦବାକ ଗ୍ରହଣ କରିଥିବା ବେଳେ ଗୁରୁଜୀ ରାଜ କୁମାର ସାହୁ ମଧ୍ୟ ଜବାହାରଲାଲ ନେହେରୁଙ୍କ ଜୀବନୀ ସମ୍ବନ୍ଧରେ ଆଲୋକପାତ କରିଥିଲେ।ପ୍ରଧାନାଚାର୍ଯ୍ୟ ସୁବ୍ରତ କୁମାର ବେହେରା ଅତିଥି ପରିଚୟ କରିଥିବା ବେଳେ ଧନ୍ୟବାଦ୍ ଦେଇଥିଲେ ଦଶମ ଶ୍ରେଣୀର ଛାତ୍ରୀ ଲୋପାମୁଦ୍ରା ମିଶ୍ର।

ପରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ନବମ ଶ୍ରେଣୀ ଛାତ୍ରୀ ସ୍ମୃତିଶ୍ରୀ ମେହେର ଓ ସୋହାନୀ ନାଏକ ନିମ୍ନ ଶ୍ରେଣୀର ଶିଶୁମାନଙ୍କୁ ଶିକ୍ଷାଦାନ କରିଥିଲେ। ଶିକ୍ଷାଦାନ ପରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଶିଶୁଙ୍କ ମଧ୍ୟରେ ମ୍ୟୁଜିକ ବଲ, ତୃତୀୟ ଓ ଚତୁର୍ଥ ଶ୍ରେଣୀର ଶିଶୁଙ୍କ ମଧ୍ୟରେ ଦେଶାତ୍ମବୋଧକ ସଂଗୀତ, ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଶିଶୁଙ୍କ ମଧ୍ୟରେ ରଙ୍ଗୋଲି ଏବଂ ନବମ ଓ ଦଶମ ଶିଶୁଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରମୁଖ ସୁଶ୍ରୀ ସରିତା ଗୁରୁମାଙ୍କ ସଂଯୋଜନାରେ ତଥା ସମସ୍ତ ଗୁରୁଜୀ, ଗୁରୁମାଙ୍କ ସହଯୋଗରେ ସମସ୍ତ ସେବକ ସେବିକାଙ୍କ ସହ ସଫଳତାର ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।