ବିଜୟଙ୍କ ପରିବାରରୁ ଟିକେଟ, ପ୍ରାର୍ଥୀ କିନ୍ତୁ ବିଜେପି ନେତାଙ୍କ ବୋହୂ !

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ଶେଷରେ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି। ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି ଦଳ। ଏନେଇ ଦଳର ସୁପ୍ରିମୋ ମୋହର ମାରିଛନ୍ତି। ଦଳୀୟ ପ୍ରାର୍ଥୀ ଘୋଷଣା ପରେ ଲାଗି ରହିଥିବା ସବୁ କଳ୍ପନାକଳ୍ପନାର ଅନ୍ତ ଘଟିଛି। ଚର୍ଚ୍ଚା ହେଉଥିଲା ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀକୁ ଟିକେଟ ମିଳିବ। ଏନେଇ ସ୍ତ୍ରୀ ମଧ୍ୟ ପୂର୍ବରୁ ଦାବି କରିଥିଲେ। ତାସହ ପରିବାରର ଅନ୍ୟ ଜଣେ ସଦସ୍ୟା ମଧ୍ୟ ଟିକେଟ ଆଶାୟୀ ଥିଲେ। ଏହା ବ୍ୟତୀତ ଜଣେ ସରକାରୀ ଅଧିକାରୀ ମଧ୍ୟ ରେସରେ ଥିଲେ। କିନ୍ତୁ ବିଜୟଙ୍କ ବଡ ଝିଅ ବର୍ଷା ଉପରେ ଭରସା କରିଛି ଦଳ।

ତେବେ ବର୍ଷାଙ୍କୁ କାହିଁକି ପ୍ରାର୍ଥୀ କଲା ଦଳ। ପରିବାରର ଅନେକ ଆଶାୟୀ ଥିବାରୁ ବହୁ ଭାବିଚିନ୍ତି ବର୍ଷାଙ୍କୁ ମଇଦାନକୁ ଛାଡ଼ିଛି ବିଜେଡ଼ି। ବର୍ଷା ବିଜେଡ଼ି ନେତା ବିଜୟ ବରିହାଙ୍କ ଝିଅ ସତ କିନ୍ତୁ ସତ୍ୟବାଦୀର ବିଜେପି ନେତା ରମାରଞ୍ଜନ ବଳିଆରସିଂହଙ୍କ ବୋହୂ। ଅର୍ଥାତ୍ ବିଜେପି ନେତାଙ୍କ ବୋହୂ ଭରସାରେ ବିଜେଡ଼ି। ପ୍ରତ୍ୟକ୍ଷ ଭାବେ ବିଜେଡ଼ି ପ୍ରାର୍ଥୀ ହୋଇଥିଲେ ବି ପରୋକ୍ଷରେ ବିଜେପି ମଧ୍ୟ ଏଥିରେ ସନ୍ଦେହ ନାହିଁ। ହେଲେ ପଦମପୁରବାସୀ ପ୍ରତ୍ୟକ୍ଷ ନା ପରୋକ୍ଷ ଦଳକୁ ସମର୍ଥନ କରୁଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ଜଣା ପଡ଼ିବ ।