ନାଗପୁରରେ ଯୁବତୀଙ୍କୁ ନିର୍ଭୟା ଭଳି ବର୍ବରତା, ଅଭିଯୁକ୍ତ ଗିରଫ

ଅପରାଧଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ମହାରାଷ୍ଟ୍ର ନାଗପୁରରେ ଲଜ୍ଜା। ପରାଡି ଥାନା ଅଂଚଳରେ ଜଣେ ଯୁବତୀଙ୍କ ସହ ନିର୍ଭୟା ଭଳି ବର୍ବରତା ହୋଇଛି। ଗୋନ୍ଦିଆ ଜିଲ୍ଲାରୁ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ୫୨ ବର୍ଷିୟ ଯୋଗୀଲାଲ ରାହନଗାଦଲେ। ଯୋଗୀଲାଲ ଚରଖା ମିଲରେ ସୁପରଭାଇଜର ଭାବେ କାମ କରୁଥିବା ବେଳେ ୧୯ ବର୍ଷିୟା ପୀଡ଼ିତା ସେଠାରେ ଶ୍ରମିକ ଭାବେ କାମ କରୁଛନ୍ତି।

ପୀଡ଼ିତା ପାରଡିରେ ଭାଇ ଓ ଅନ୍ୟ ଜଣେ ଯୁବତୀ ସହ ଭଡ଼ା ଘରେ ରହୁଛନ୍ତି। ହେଲେ ଗତ ୨୧ ତାରିଖ ରାତିରେ ପୀଡ଼ିତା ଘରେ ଏକା ଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ପୀଡ଼ିତାଙ୍କ ଦୁର୍ବ୍ୟବହାର କରିଥିଲେ। ପ୍ରତିବାଦ କରିବାରୁ ପୀଡ଼ିତା ମୁହଁରେ କପଡ଼ା ଭର୍ତ୍ତି କରି ବେହୋସ କରି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଦୁଷ୍କର୍ମ କରି ସାରିବା ପରେ ପୀଡ଼ିତା ଶରୀରରେ ରଡ଼ ପୁରାଇ ଦେଇଥିଲା ଅଭିଯୁକ୍ତ। ପୁରା ନିର୍ଭୟା ଭଳି ବର୍ବରତା। ଘଟଣାରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି।

Leave a Reply