ଗଛ ଚଢି ଆରାମ କଲେ ସନୀ ଲିୟୋନ, ଭିଡିଓ ଭାଇରାଲ

ଦେଶ ଓ ବିଦେଶବଡ଼ ଖବରମନୋରଞ୍ଜନସୋସିଆଲ ମେଡିଆ

ନବନୀତା ବ୍ୟୁରୋ। ବଲିଉଡ୍ ଅଭିନେତ୍ରୀ ସନୀ ଲିୟୋନଙ୍କ ଏକ ଭିଡିଓ ସୋଶଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ସନୀ ଲିୟୋନ ଏବେ ଗଛ ଚଢି ଶୁର୍ଖିଆରେ ରହିଛନ୍ତି। ଗଛ ଚଢି ଆରାମ କରୁଥିବା ନଜର ଆସୁଛନ୍ତି ଲିୟୋନ୍। ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ସନୀ ଲିୟୋନ ତାଙ୍କ ସାଥୀ ଙ୍କୁ ଛାଡି ଗଛ ଉପରକୁ ଚଢ଼ିବା ଆରମ୍ଭ କରି ଦେଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତେ ହଇରାଣ ହୋଇଯାଇଥିଲେ। ସନୀ ଲିୟୋନଙ୍କ ଏହି ଭିଡ଼ିଓ ଉପରେ ତାଙ୍କ ଫ୍ୟାନ୍ ଜମକର କମେଣ୍ଟ କରିବା ସହ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

View this post on Instagram

Climbing and hanging around!

A post shared by Sunny Leone (@sunnyleone) on

ସନୀ ଲିୟୋନ ଖୁଦ୍ ଏହି ଭିଡ଼ିଓକୁ ଫ୍ୟାନଙ୍କ ପାଇଁ ଛାଡ଼ିବା ସହ କ୍ୟାପ୍ସନ ବି ବହୁ ମଜାଦାର ଲେଖିଛନ୍ତି। ଏହି ଭିଡିଓରେ ସ୍ପଷ୍ଟ ଦେଖା ଯାଉଛି କି ଜଣେ ଅଭିନେତ୍ରୀ ଗଛ ଉପରକୁ ଚଢି କିଭଳି ଭାବେ ଆରାମ କରୁଛନ୍ତି। ଜୀବନ ଭଲ ବୋଲି ଭିଡିଓରେ ସନୀ କହୁଥିବା ଦେଖିବାକୁ ମିଳୁଛି। ହେଲେ ଅଭିନେତ୍ରୀ ଜଣକ ସବୁବେଳେ ନିଜ ଭିଡିଓ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ପୁଣି ଥରେ ସନୀ ଲିୟୋନ ନିଜ ଗଛ ଚଢ଼ା ଭିଡିଓ ନେଇ ସୋସଲ୍ ମିଡ଼ିଆରେ ଛାଇ ଯାଇଛନ୍ତି।

୨୦୧୨ ମସିହାରେ ପୂଜା ଭଟ୍ଟଙ୍କ ସିନେମା ଜିସ୍ମ ୨ରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ କିଛି ସ୍ପେଶଲ୍ ଗୀତରେ ବି ନଜର ଆସିଥିଲେ। ବିଶେଷ କରି ଫିଲ୍ମ ରଇସରେ ଲେଲା ଗୀତରେ ଧୁମ୍ ମଚାଇଥିଲେ। ତେବେ ଆସନ୍ତା ହରର କମେଡି ଫିଲ୍ମ କୋକୋକୋଲା, ରଙ୍ଗିଲା ଓ ବୀରାମାଦେଵୀରେ ତାଙ୍କୁ ଦେଖିବାକୁ ମିଳିବ।

Leave a Reply