ସାଉନ୍ତପୁରରେ ବିଜେଡ଼ି ପକ୍ଷରୁ ରକ୍ତଦାନ ଦାନ ଶିବିର

ଓଡ଼ିଶାରାଜନୀତି

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଇଁତଲା ବ୍ଲକର ସାଉନ୍ତପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଓଡିଶା ମୋ ପରିବାର ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ।

ଏଥିରେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୁଇଁତଲା ବ୍ଲକ ଅଧକ୍ଷ ସରୋଜ କୁମାର ପଧାନ, ପୁଇଁତଲା ବ୍ଲକ ବିଜୁ ଜନତା ଦଳ ସଭାପତି ବିଷ୍ଣୁ ପଟେଲ, ଯୁବ ସଭାପତି ସୁଧୀର ଅମାତ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ସ୍ଵେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଶିବିରରେ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ତେବେ ଶିବିରରେ ଯୋଗ ଦେଇଥିବା ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯୁବ ବିଜେଡି ନେତା ନିହାର ବେହେରା।