ବିଜୁ ବାବୁଙ୍କ ତିରୋଧାନ ଅବସରରେ ପାଟଣାଗଡରେ ରକ୍ତଦାନ ଶିବିର

ଓଡ଼ିଶାରାଜନୀତି

(ଏନ୍ଏନ୍ ବ୍ୟୁରୋ) ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପାଟଣାଗଡ ବିଜେଡ଼ି କାର୍ଯ୍ୟାଳୟରେ ଓଡିଶା ମୋ ପରିବାର ପକ୍ଷରୁ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବେଳପଡା ଅଧକ୍ଷା ସୁଶ୍ରୀ ଟିନା କୁମ୍ଭାର, ବିଧାୟକଙ୍କ ପ୍ରତିନିଧି ଗଣେଶ କୁମ୍ଭାର ଓ ବେଳପଡା ଅଞ୍ଚଳର ପାଖାପାଖି ୨୦ ଜଣ ବ୍ୟକ୍ତି ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ । ଏଥିରେ ପାଟଣାଗଡ ବିଧାୟକ ସରୋଜ ମେହେର, ବେଳପଡା ପଞ୍ଚାୟତ ସମିତି ଉପାଧକ୍ଷ ଦୁର୍ଯ୍ୟୋଧନ କୁମ୍ଭାର ଓ ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ।