ଲୋଇସିଂହା ଝାରମୁଣ୍ଡାରେ ରକ୍ତଦାନ ଶିବିର, ୨୬ ୟୁନିଟ୍ ରକ୍ତ ସଂଗ୍ରହ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। କରୋନା ଲକ୍ ଡାଉନ୍ ଭଳି ବିପତ୍ତି ସମୟରେ ରକ୍ତଦାନ। ରକ୍ତଦାନ ଜୀବନ ଦାନ। ଏଭଳି ଏକ ମହତ କାର୍ଯ୍ୟ କରିଛନ୍ତି ଅଥଲେଟିକ ସଂଘର କର୍ମକର୍ତ୍ତା। ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀର ଝାରମୁଣ୍ଡା ଠାରେ ଆୟୋଜିତ ହୋଇଛି ରକ୍ତଦାନ ଶିବିର। ଆଥେଲେଟିକ ଆସୋସିଏସନର ୨୯ ତମ ବାର୍ଷିକ ପ୍ରତିଷ୍ଠାତା ଉତ୍ସବ ଅବସରରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ରକ୍ତଦାନ ଶିବିରରେ ମୋଟ ୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।

ଏବେ ସାରା ପୃଥିବୀରେ କାୟା ବିସ୍ତାର କରିଛି ମହାମାରୀ କରୋନା। ଏହି ମହା ବିପତ୍ତି ବେଳେ ଓଡ଼ିଶାରେ ଯେମିତି କେହି ରକ୍ତ ଅଭାବର ସମ୍ମୁଖୀନ ନହେବ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି କଥାକୁ ପାଥେୟ କରି ଲୋଇସିଂହା ବ୍ଲକ ଝାରମୁଣ୍ଡା ସ୍ଥିତ ଆଥେଲେଟିକ ଆସୋସିଏସନର ପ୍ରତିଷ୍ଠାତା ଦିବସ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ଯୁବ ବିଜେଡ଼ି ନେତା ନିହାର ରଞ୍ଜନ ବେହେରା ଯୋଗ ଦେଇଥିଲେ। ଏବଂ ଶିବିରରେ ୨୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାରୁ ସମସ୍ତ ସମସ୍ତ ରକ୍ତଦାତା, ଆଥେଲେଟିକ ଆସୋସିଏସନର ସଦସ୍ୟ ବୃନ୍ଦ ଓ ବିଙ୍ଗ ହୁମାନ ଫାଉଣ୍ଡେସନର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିହାର ରଞ୍ଜନ ବେହେରା।