ନବନୀତା ବ୍ୟୁରୋ। କାଲି ବଲାଙ୍ଗିରରେ ୧୯ ଘଣ୍ଟିଆ କର୍ଫ୍ୟୁ। ୩ ଶ୍ରମିକ ସ୍ପେଶାଲ ଟ୍ରେନ ଆସୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆନ୍ଧ୍ର, ଗୁଜରାଟ ଓ ତାମିଲନାଡୁରୁ ବଲାଙ୍ଗିରକୁ ୩ଟି ଟ୍ରେନ୍ରେ ଆସିବେ ୪ ହଜାଇ ପ୍ରବାସୀ ଶ୍ରମିକ। ଏଥିପାଇଁ ବଲାଙ୍ଗିର ସହରର ୬ଟି ପ୍ରମୁଖ ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି। କାଲି ଭୋର ୪ଟାରୁ ରାତି ୧୧ଟା ଯାଏ ୧୪୪ ଧାରା ଲାଗୁ ହେବ। ଏଥିସହ ଗୋଟିଏ ଦିନରେ ହଜାର ହଜାଇ ପ୍ରବାସୀ ଶ୍ରମିକ ଜିଲ୍ଲାକୁ ଆସୁଥିବାରୁ ରେଳ ଷ୍ଟେସନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଅନ୍ୟପଟେ ବଲାଙ୍ଗିରରେ ଆଉ ଦୁଇ କରୋନା ଚିହ୍ନଟ ହୋଇଛନ୍ତି। ଉଭୟଙ୍କ ଘର ପୁଇଁତଳା ବ୍ଳକ୍ ବନ୍ଧପଡ଼ା ପଞ୍ଚାୟତର ଜଡ଼ଜଡ଼ ଗାଁରେ। ୨ ଆକ୍ରାନ୍ତ ସୁରତ ଫେରନ୍ତା କ୍ବାରେଣ୍ଟାଇନ୍ରେ ରହୁଥିଲେ। ସେମାନଙ୍କୁ ଭୁବନେଶ୍ୱର କିମସ୍ କୋଭିଡ୍ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅରିନ୍ଦମ ଡାକୁଆ। ଏଥିସହ ସେମାନେ ସଂଗରୋଧ କେନ୍ଦ୍ରରେ କାହା କାହା ସମ୍ପର୍ଶରେ ଆସିଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ସେ କହିଛନ୍ତ।
https://www.facebook.com/589034774451718/posts/3063579336997237/
ସେପଟେ ଜିଲ୍ଲାରେ ଜାରି କରାଯାଇଥିବା ୧୮ଟି ଗାଁରୁ କଣ୍ଟେନ୍ମେଣ୍ଟ ଜୋନ୍ ଉଠେଇ ଦିଆ ଯାଇଛି। ମେ ୧ ତାରିଖରୁ ଗୁଡ୍ଭେଲା ଓ ଦେଓଗା ବ୍ଲକ୍ର ଏହି ସବୁ ଗାଁରେ କଟକଣା ଲାଗିଥିଲା। ଲିଖରିଆ ଗାଁରେ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ୧୮ ଟି ଯାକ ଗାଁକୁ ସିଲ୍ କରାଯାଇଥିଲା।
ଆଜି ଦୁଇ ଜଣ କରୋନା ଚିହ୍ନଟ ସହ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୬ କୁ ବୃଦ୍ଧି ପାଇଛି। ତେବେ ସୁରତ ଫେରନ୍ତା ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
