ଆଗଲପୁରରେ ବିଜେଡି ପକ୍ଷରୁ ବୃକ୍ଷରୋପଣ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲା ଆଗଲପୁରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଯୁବ ନେତା ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଆଗଲପୁର ବ୍ଲକରେ ବୃକ୍ଷରୋପଣ କରାଯାଇଛି।ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ଜିଲ୍ଲା ପରିଷଦ ସଭ୍ୟା ବୀଣାପାଣି ଦାସ ଓ ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଯୋଗ ଦେଇଥିଲେ।

ଜଙ୍ଗଲ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି ପାଇଁ “ବନ ମହୋତ୍ସବ ସପ୍ତାହ” ପାଳନ କରାଯାଇଛି। ଏ ଅବସରରେ ଫଟାମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଆଗଲପୁର ଡିଗ୍ରୀ କଲେଜ, ବଣ୍ଡାବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗଛ ଲଗା ଯାଇଥିଲା। ଏଥିରେ ଆଗଲପୁର ବ୍ଲକ ଯୁବ ସଭାପତି ନାରାୟଣ ସାହୁ, ଛାତ୍ର ସଭାପତି ଆନନ୍ଦ ଯୋଶୀ, ଉପରବାହାଲ ସରପଞ୍ଚ ମାମି ସାହୁ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ବିଜୁ ଜନତା ଦଳର କର୍ମୀମାନେ ସାମିଲ ଥିଲେ।