ଏନ୍ଏନ୍ ବ୍ୟୁରୋ। ଲୋଇସିଂହା ଅଞ୍ଚଳର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ। ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁରେ ବୃକ୍ଷରୋପଣ କରାଯାଇଛି। ବ୍ଲକର ବୁଢ଼ୀପଦର , ବାଦିବାହାଲ ଓ ଯୋଗିସୁର୍ଡା ପଞ୍ଚାୟତ ହାଇସ୍କୁଲ ଓ ଖେଳପଡିଆରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ମୁଖ୍ୟଅତିଥି ଭାବରେ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟା ଲିଳିମା ବେହେରା ଓ ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାଜେନ୍ଦ୍ର ହୋତା ଯୋଗ ଦେଇଥିଲେ।
ବିଜେଡି ବ୍ଲକ ସଭାପତି ହୃଦାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୁଢ଼ୀପଦର ସରପଞ୍ଚ ଲଷ୍ମୀ ପଧାନ, ବାଦିବାହାଲ ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀ, ବ୍ଲକ ଯୁବ ସଭାପତି ପ୍ରକାଶ ମହାରଣା, ପୂର୍ବତନ ବ୍ଲକ ସଭାପତି ସୁଶାନ୍ତ ମିଶ୍ର, ହେମାଲ ବିଶ୍ୱାଳ, ପ୍ରବୀଣ ତ୍ରିପାଠୀ, ରଞ୍ଜନ କାଲସାଏ ଓ ଡଲି ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ।
ସେହିପରି ସରଗାଡ଼, ତଲିଉଡ଼ାର ଓ କୁସମେଲ ପଞ୍ଚାୟତର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୁବ ବିଜେଡ଼ି ନେତା ନିହାର ରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ବରିହା ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ମହିଳା ସଭାନେତ୍ରୀ ଜ୍ୟୋତ୍ସ୍ନାମୟୀ ନାଗ, ଯୁବ ସଭାପତି ପ୍ରକାଶ ମହାରଣା, ଜିଲ୍ଲା ଛାତ୍ର ଉପସଭାପତି ଟିପଲୂ କଦମ, ସରଗାଡ଼ ସରପଞ୍ଚ ସରୋଜ ବେହେରା, ତଲିଉଡ଼ାର ସେମିତିସଭ୍ୟ ରାଜ କିଶୋର ପଟେଲ, ବିଜେଡି ଜିଲ୍ଲା ସମ୍ପାଦକ ନେହେରୁ ବିଶ୍ଵାଳ, ଦେବରାଜ ବାଗ, ଜୟଦେବ ବାରିକ, ନାରାୟଣ ଦାସ, କୈଲାସ ବରିହା ପ୍ରମୁଖ ଯୋଗ ଦେଇଥିଲେ।
ଏହା ପୂର୍ବରୁ ପୁଇନ୍ତଲା ବ୍ଲକର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁରୁଲ, ଅଟଗାଁ, ଛତାପିପଲ ଓ ବନ୍ଧପଡ଼ା ପଞ୍ଚାୟତରେ ବୃକ୍ଷରୋପଣ କରାଯାଇଥିଲା। ନିହାର ରଞ୍ଜନ ବେହେରା, ଜିଲ୍ଲା ବିଜୁ ଯୁବ ଜନତା ଦଲର ସଭାପତି ରାଜେନ୍ଦ୍ର ହୋତା, ଜିଲ୍ଲା ମହିଳା ସଭାନେତ୍ରୀ ଦମୟନ୍ତୀ ବାଗ, ପୁଇଁନ୍ତଲା ବ୍ଲକ ବିଜେଡ଼ି ସଭାପତି ବିଷ୍ଣୁ ପଟେଲ, ଜିଲ୍ଲା ପରିଷଦ ସଦସ୍ୟ କୁମରମଣି ସେଠ ଏବଂ ସବିତା ସେଠ ଅତିଥି ଭାବରେ ଯୋଗ ଦେଇଥିଲେ। ଏଥିସହ ବ୍ଲକ ଯୁବ ସଭାପତି ସୁଧିର କୁମାର ଅମାତ, ଛାତ୍ର ସଭାପତି ହେମନ୍ତ ଛୁରିଆ, ମହିଳା ସଭାନେତ୍ରୀ ଗୀତାଞ୍ଜଳି ସେଠ, ଜିଲ୍ଲା ମହିଳା ଉପସଭାନେତ୍ରୀ ବବିତା ପୁଟେଲ, ଜଳଜଡ଼ ସରପଞ୍ଚ ଗାୟତ୍ରୀ ଦୋରା, ଜିଲ୍ଲା ସମ୍ପାଦକ କୁନାଲ ସରକାର ସାଧାରଣ ସମ୍ପାଦକ ଅନନ୍ତ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
