ପିପିର୍ଡ଼ା ପ୍ୟାକ୍ସର ସଭାପତି ହେଲେ ମନରଞ୍ଜନ ତ୍ରିପାଠୀ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ପିପିର୍ଡା ପ୍ୟାକ୍ସର ସଭାପତି ଭାବେ ନିର୍ବାଚିତ ହେଲେ ମନରଞ୍ଜନ ତ୍ରିପାଠୀ। ନିକଟତମ ପ୍ରତିଦ୍ବନ୍ଦୀ ଦେବରାଜ ବାଗଙ୍କୁ ପରାସ୍ତ କରି ସଭାପତି ପଦବୀ ଅକ୍ତିଆର କରିଛନ୍ତି। ସଭାପତି ନିର୍ବାଚନ ପାଇଁ ତିନିଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଦୁର୍ଗାପାଲିର ବଳଦେବ ସେଠ୍, ପିପିର୍ଡ଼ାର ଦେବରାଜ ବାଗ ଓ ରାକ୍ସିମୁଣ୍ଡାର ମନରଞ୍ଜନ ତ୍ରିପାଠୀ। ତେବେ ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ ମନରଞ୍ଜନ ୭ଟି ଭୋଟ ପାଇ ବିଜୟୀ ଘୋଷିତ ହୋଇଥିଲେ। ନିକଟତମ ପ୍ରତିଦ୍ବନ୍ଦୀ ଦେବରାଜ ୫ ଓ ବଳଦେବ ୩ଟି ଲେଖାଏଁ ଭୋଟ ପାଇଥିଲେ।

ଦୁର୍ଗାପାଲି ଓ ପିପିର୍ଡା ପଂଚାୟତକୁ ପିପିର୍ଡ଼ା ପ୍ରାଥମିକ ସେବା ସମବାୟ ସମିତି ଗଠିତ।ନିର୍ବାଚନ ପାଇଁ ସମିତିକୁ ୧୫ ଟି ଜୋନରେ ବିଭକ୍ତ କରି ଡାଇରେକ୍ଟର ପଦବୀ ପାଇଁ ନିର୍ବାଚନ ହୋଇଥିଲା। ସେଥିମଧ୍ୟରୁ ସଭାପତି ପାଇଁ ୩ ଜଣ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏଥିରେ ବାଜି ମାରି ନେଇଛନ୍ତି ମନରଞ୍ଜନ ତ୍ରିପାଠୀ। ପ୍ରଥମ କରି ସମବାୟ ସମିତିରେ ପ୍ରବେଶ କରି ସେ ସଭାପତି ପଦବୀ ହାସଲ କରିଛନ୍ତି।

ଦୀର୍ଘ ବର୍ଷ ହେଲା ସେ ଜଣେ କର୍ମୀ ଭାବେ କାମ କରି ଆସୁଥିଲେ। ଦଳୀୟ ନେତାଙ୍କ ପାଇଁ ପ୍ରଚାର କରିଥିଲେ ବି ନିଜେ ପ୍ରତ୍ୟକ୍ଷ ରାଜନୀତିରେ ଭାଗ ନେଇନଥିଲେ। ହେଲେ ଗତ ପଞ୍ଚାୟତ ନିର୍ବାଚନରେ ପିପିର୍ଡା ସରପଞ୍ଚ ପାଇଁ ଲଢେଇ କରି ହାରି ଯାଇଥିଲେ।ଏହାପରେ ସମବାୟ ସମିତିରେ ଜୋନ ଡାଇରେକ୍ଟର ଜିତିବା ପରେ ସଭାପତି ପଦବୀ ପାଇଁ ଅଙ୍କ କଷି ଥିଲେ। ଏବଂ ଏଥିରେ ବିଜୟୀ ହୋଇ ସଭାପତି ପଦବୀ ଅଳଙ୍କୃତ କରିଛନ୍ତି। ତାଙ୍କର ଏହି ବିଜୟ ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।