ନବନୀତା ବ୍ୟୁରୋ। ବିଜେଡ଼ିର ୩ ନେତାଙ୍କୁ ନୂଆ ଦାୟିତ୍ଵ। ଦଳୀୟ ନେତାଙ୍କୁ ଏହି ଦାୟିତ୍ଵ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ଓ ପ୍ରତାପ କେଶରୀ ଦେବଙ୍କୁ ଦଳରେ ନୂଆ ଦାୟିତ୍ଵ ମିଳିଛି। ତେବେ ପ୍ରଥମ କରି ବିଜେଡ଼ିରେ ସଂଗଠନ ସମ୍ପାଦକ ଦାୟିତ୍ଵ ସୃଷ୍ଟି ହୋଇଛି।
ପୂର୍ବରୁ ସଂଗଠନ ସମ୍ପାଦକ ଦାୟିତ୍ଵ ବିଜେପିରେ ରହିଛି। ହେଲେ ଏବେ ବିଜେଡ଼ିରେ ନୂଆ କରି ସଂଗଠନ ସମ୍ପାଦକ ଦାୟିତ୍ଵ ଦିଆଯାଇଛି। ଏଥିସହ ସାଧାରଣ ସମ୍ପାଦକ ମୁଖ୍ୟାଳୟ ଦାୟିତ୍ଵ ମଧ୍ୟ ନୂତନ ଭାବେ ଆରମ୍ଭ ହୋଇଛି। ସଂଜୟ ଦାସବର୍ମା ସାଧାରଣ ସମ୍ପାଦକ ମୁଖ୍ୟାଳୟ ଦାୟିତ୍ଵ, ପ୍ରଣବ ପ୍ରକାଶ ଦାସ ବିଜେଡ଼ି ସାଧାରଣ ସମ୍ପାଦକ ସଂଗଠନ ଓ ପ୍ରତାପ କେଶରୀ ଦେବଙ୍କୁ ରିଟର୍ଣିଂ ଅଫିସର୍ ଦାୟିତ୍ଵ ଦିଆଯାଇଛି ।
