ନବନୀତା ବ୍ୟୁରୋ। ଭୁବନେଶ୍ୱର ସାଲିଆ ସାହିରେ ଉଦଯାପିତ ହୋଇଛି ବିଜେଡ଼ିର ଜନ ସମ୍ପର୍କ ଅଭିଯାନ। ଉଦଯାପନୀ କାର୍ଯ୍ୟକ୍ରମରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଲୋକମାନଙ୍କ ପାଖକୁ ଯାଇ ସେବା କରିବା ପାଇଁ ଆହ୍ବାନ ଦେଇଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜସେବା ସହ ସ୍ଵଛ, ସବୁଜ ଓ ସମୃଦ୍ଧ ଓଡିଶା ଗଠନ ପାଇଁ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ରକ୍ତଦାନ ଠାରୁ ଆରମ୍ଭ କରି ବୃକ୍ଷରୋପଣ ଓ ପ୍ରବାସୀ ଓଡ଼ିଆଙ୍କୁ ଅସୁବିଧା ସମୟରେ କିଭଳି ସହଯୋଗର ହାତ ବଢାଯାଇ ପାରିବ ସେନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ୧୦ ହଜାରରୁ ଉର୍ଦ୍ଧ୍ଵ କର୍ମୀ ସାମିଲ ହୋଇଥିଲେ।

ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ସୁଦାମ ମାରାଣ୍ଡି ଯୋଗ ଦେଇଥିଲେ। ତା ସହ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟନାୟକ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସ୍ ବର୍ମା, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ୍, ଅନନ୍ତ ନାରାୟଣ ଜେନା, ପ୍ରଣବ ବଳବନ୍ତରାୟ, ଯୁବନେତା ବିଜୟ ନାୟକ, ରବି ସାମଲ, ସଂଗ୍ରାମ କେଶରୀ ପାଇକରାୟ, ଦୁର୍ଗା ସାମନ୍ତରାୟ, ଅମରେଶ ପତ୍ରିକା ସହ ଦଳର ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ।
