ଝାଡ଼ଖଣ୍ଡରେ ୫ଟି ପର୍ଯ୍ୟାୟରେ ହେବ ମତଦାନ, ଡିସେମ୍ବର ୨୩ରେ ଫଳାଫଳ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଝାଡ଼ଖଣ୍ଡରେ ନିର୍ବାଚନୀ ଵିଗୁଲ୍ ବାଜିଲା। ୮୧ ବିଧାୟକ ବିଶିଷ୍ଟ ବିଧାନସଭା ଲାଗି ୫ଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ୩୦ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଫଳାଫଳ ୨୩ ଡିସେମ୍ବରରେ ଜଣା ପଡ଼ିବ।

ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଆରୋରା ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ସହ ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଛି। ୫ ଟି ଚରଣରେ ହେବାକୁ ଥିବା ମତଦାନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଡିସେମ୍ବର ୭ ତାରିଖରେ ହେବ। ଡିସେମ୍ବର ୧୨ ରେ ତୃତୀୟ ପର୍ଯ୍ୟାୟ, ୧୬ ରେ ଚତୁର୍ଥ ଓ ୨୦ରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଝାଡ଼ଖଣ୍ଡ ରେ ସମୁଦାୟ ୨.୨୬୫ କୋଟି ମତଦାତା ଅଛନ୍ତି।