ଏନ୍ଏନ୍ ନ୍ୟୁଜ୍। ସଂଗ୍ରାମୀ ପୀଠରୁ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ। ଗାନ୍ଧୀ ଜୟନ୍ତୀ ଅବସରରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ସଂଗ୍ରାମୀ ପୀଠ ପାଣିମୋରା ଗାଁରୁ ଦଳର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ପାଣିମୋରା ଗାଁରେ ଥିବା ଗାନ୍ଧୀଜୀଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଓ ସ୍ଵାଧୀନତା ସଂଗ୍ରାମୀ ସ୍ମୃତିପୀଠରେ ମାଲ୍ୟାର୍ପଣ କରିଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂ। ଏହାପରେ ପଦଯାତ୍ରା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଗାଁ ପରିକ୍ରମା କରି ସରିଲା ପରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସଭାର ଆୟୋଜନ କରାଯାଇ ଜନ ସମ୍ପର୍କ ପଦଯାତ୍ରାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର ୨ ତାରିଖ (ଜୟ ପ୍ରକାଶ ନାରାୟଣ ଜୟନ୍ତୀ) ପର୍ଯ୍ୟନ୍ତ ଚାଲିବ।
କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ବବି ପ୍ରଧାନ, ଉପାଧ୍ୟକ୍ଷ ଦିବ୍ୟକିଶୋର ପ୍ରଧାନ,ପାଣିମୋରା ଜୋନ ଜିଲ୍ଲା ପରିଷଦ ସଦସ୍ୟା ରୋଜି ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବ୍ରତ ବେହେରା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ, ସରପଞ୍ଚ ଜୟ ମିତ୍ର ପଧାନ, ସମିତି ସଭ୍ୟା ରେଣୁକା ପର୍ଡିଆ, ବରିଷ୍ଠ ନେତା ଗଣତନ୍ତ୍ର ପଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିବର୍ଦ୍ଧନ ବରିହା, ମାର୍କଣ୍ଡ ସା, କୁଳମଣି ଦେୱାନ, ରବିଶଙ୍କର ପଧାନ ଓ ଦୟାନିଧି ପଟେଲଙ୍କ ସହ ଅଞ୍ଚଳର ବହୁ ଦଳୀୟ କର୍ମୀ ଓ ଗାଁର ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।
