ଭାଟି ମାଲିକଠୁ ସର୍ଦାରର ନିର୍ଯାତନା ଅଧିକ ଅସହ୍ୟ

ଓଡ଼ିଶାସମ୍ପାଦକୀୟ

ଭାଟି ମାଲିକଠୁ ସର୍ଦାରର ନିର୍ଯାତନା ଅଧିକ ଅସ ହ୍ୟ । ଶାରୀରିକ ହେଉ କି ମାନସିକ ଶ୍ରମିକଙ୍କୁ ଅକଥନୀୟ ଅତ୍ୟାଚାରର ଶିକାର ହେବାକୁ ପଡ଼େ । ଭାଟି ମାଲିକର ଅଗୋଚରରେ ସର୍ଦାର, ଦଲାଲଙ୍କ ସାଙ୍ଘାତିକ ଉତ୍ପାତ ଯୋଗୁଁ ଶ୍ରମିକ କାମ ଛାଡ଼ି ଚାଲି ଯିବାକୁ ବାଧ୍ୟ ହୁଏ। କାରଣ ସର୍ଦାରର ନିର୍ଯାତନା ଅପେକ୍ଷା ଭୋକ ଉପାସରେ ଜୀବନ ବିତାଇବା ଉଚିତ ମଣେ। ଓଳି ନ ଖାଇଲେ କେହି ମରି ଯିବେନି, କିନ୍ତୁ ସର୍ଦ୍ଦାର, ଦଲାଲ୍ ର ଚାବୁକ ପ୍ରହାର ଖାଇ କୌଣସି ଶ୍ରମିକ ବଞ୍ଚିବା କଷ୍ଟକର। ଏତେ କାରନାମା ସତ୍ତ୍ଵେ ଏସବୁ ଘଟଣାର ଖବର କିନ୍ତୁ ମାଲିକ ପାଖରେ ନ ଥାଏ। ଭାଟି ମାଲିକ ପାଖରେ କିଛି ସେମିତି ଖବର ପହଞ୍ଚି ପାରେନି। ସର୍ଦାର, ଦଲାଲ ଏମିତି ଢ଼ଙ୍ଗରେ ଭାଟି ପରିଚାଳନା କରୁଥାନ୍ତି, ଯେମିତି ସବୁ କିଛି ଠିକ୍ ଠାକ୍ ଚାଲିଛି।ହେଲେ ବାସ୍ତବରେ ପୁରା ଓଲଟା। ସର୍ଦାର ଓ ଦଲାଲ୍ ର ଷଡ଼ଯନ୍ତ୍ର ରେ ଶିକାର ଶ୍ରମିକ ଭାଟି ଚାଲି ଯିବାକୁ ବାଧ୍ୟ ହୁଏ। ମାଲିକକୁ ଅନ୍ଧକାର ମଧ୍ୟରେ ରଖି ସର୍ଦାର ଓ ଦଲାଲ୍ ସବୁ ଫାଇଦା ଉଠାଇ ଚାଲିଥାନ୍ତି। କିଛି କାମ ନ କରି ଶ୍ରମିକଙ୍କୁ ଶୋଷଣ କରି ନିଜେ ମୋଟା ଅଙ୍କର ଟଙ୍କା ରୋଜଗାର କରିଥାନ୍ତି। କେବଳ ଲୋକ ଦେଖାଣିଆ, ସିଆଣିଆ ସାଜି ମାଲିକଙ୍କ ପାଖରେ ବାହାବା ନିଅନ୍ତି। ଶ୍ରମିକଙ୍କୁ ଗୋତି ଖଟାଇ ରାତି, ଦିନ କାମରେ ଲଗାଇ ଉଚିତ୍ ପ୍ରାପ୍ୟ ମିଳୁ ନ ଥିବା ବେଳେ ବିନା କାମରେ ମାଲେମାଲ୍ ହେଉଛନ୍ତି ସର୍ଦାର, ଦଲାଲ୍। ବିଚରା ଶ୍ରମିକ ନିରୂପାୟ ହୋଇ ଭାଟି ଛାଡ଼ି ଅଲଗା ଭାଟି କୁ ଚାଲି ଯାଉଛି। ସେଠି କିନ୍ତୁ ସର୍ଦାର କି ଦଲାଲ୍ ନୁହେଁ ସିଧା ଭାଟି ମାଲିକର ଆକ୍ରୋଶ ର ଶିକାର ହେବାକୁ ପଡୁଛି। ଏଭଳି ସ୍ଥିତିରେ ଖାପଖୁଆଇ କାର୍ଯ୍ୟ କରିବା ମୁସ୍କିଲ ହେଇ ପଡୁଛି।

କେଉଁଠି ସର୍ଦାର, ଦଲାଲ୍ ତ ଆଉ କେଉଁଠି ଭାଟି ମାଲିକ ର ନିର୍ଘାତିଆ ପ୍ର ହାର ଯୋଗୁଁ ଶ୍ରମିକ ରୋଜଗାର ହରାଉଛି। ସେ ଯାହା ହେଉ ଏଠି ମଣିଷ ର ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମଣିଷ ଆଉ ଜଣେ ମଣିଷ କୁ ସାହାଯ୍ୟ, ସହଯୋଗ କରିବା ପରିବର୍ତ୍ତେ ପଶୁ ଠୁ ବି ହୀନ ଚକ୍ଷୁ ରେ ଦେଖୁଛି। ଯେଉଁଥି ପାଇଁ ଏଭଳି ପଶୁ ସଦୃଶ ମଣିଷକୁ ଆମ ସମାଜରେ ଘୃଣ୍ୟ ଦୃଷ୍ଟି ରେ ଦେଖୁଛନ୍ତି। ଏପରିକି ଯୋଗ୍ୟତା ନ ଥାଇ ସର୍ଦାର ଓ ଦଲା ଲ ଙ୍କୁ ବେଶି କ୍ଷମତା ପ୍ରଦାନ କରିବା ଏ ହାର ମୁଖ୍ୟ କାରଣ। ଏଥିରୁ ସ୍ପ ଷ୍ଟ ଯେ, ସର୍ଦାର, ଦଲାଲ୍ ମାଲିକ ଠାରୁ ଅଧିକ ହାରାମି

Leave a Reply