ରାସନ୍ ହିତାଧିକାରୀଙ୍କୁ ଚାଉଳ ଓ ଟଙ୍କା ପ୍ରଦାନ କଲେ ବିଧାୟକ

ଓଡ଼ିଶାରାଜନୀତି

ନବନୀତା ବ୍ୟୁରୋ, ଭୁବନେଶ୍ୱର। ମହାମାରୀ କରୋନା ଯୋଗୁଁ ସାରା ଦେଶ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏ ସମୟରେ କୋୖଣସି ଲୋକ ଯେମିତି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିଲାଗି ନବୀନ ପଟ୍ଟନାୟକ ଉତ୍ତମ ପଦକ୍ଷେପ ନେଇଛନ୍ତି। ରାସନ୍ ହିତାଧିକାରୀଙ୍କୁ ୩ ମାସର ଚାଉଳ ସହ ହଜାରେ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏ କ୍ରମରେ କଣ୍ଟାମାଳ ବିଧାୟକ ରାସନ୍ ବଣ୍ଟନ ପାଇଁ ନିଜେ ଆଗେଇ ଆସିଛନ୍ତି।


କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କୁଳୁତାଜୋର ଗାଁରେ ବିଧାୟକ ମହୀଧର ରଣା ରାସନ କାର୍ଡ ହିତାଧିକାରୀଙ୍କୁ ୩ ମାସର ଚାଉଳ ସହ ୧ ହଜାର ଟଙ୍କା ସହାୟତା ରାଶି ବଂଟନ କରିଥିଲେ। ଏଥିସହ ନିର୍ବାଚନ ମଣ୍ଡଳୀର କୁଳୁତାଜୋର ପଞ୍ଚାୟତର ଛପରା ବନ୍ୟା ଆଶ୍ରୟସ୍ଥଳୀ ଓ କଲ୍ୟାଣମଣ୍ଡପରେ ପ୍ରସ୍ତୁତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବା କୋଭିଡ-୧୯ କେନ୍ଦ୍ରକୁ ପରିଦର୍ଶନ କରିଥିଲେ ବିଧାୟକ ମହିଧର ରଣା।