ବଲାଙ୍ଗିର ଦିନ୍ ସ୍ମରଣିକା, ସମ୍ପାନ କମିଟି ବୈଠକ

ଓଡ଼ିଶାବଡ଼ ଖବରସାହିତ୍ୟ ଓ ସଂସ୍କୃତି

ଏନ୍‌ଏନ୍ ନ୍ୟୁଜ୍ । ପତିତପାବନ ଉଚ୍ଚବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଦିନର ସ୍ମରଣିକା, ସମ୍ପାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଅଙ୍କୁଶ ପାଣ୍ଡିଆଙ୍କ ସଭାପତିତ୍ୱ ତଥା ସମ୍ପାଦକ ପ୍ରଶାନ୍ତ ମହାକୁରଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ସମ୍ଭକାର ଓ ସାମ୍ବାଦିକମାନେ ଯୋଗ ଦେଇଥିଲେ । ବଲାଙ୍ଗିର ଦିନ ଆସନ୍ତା ନଭେମ୍ବର ୧ ତାରିଖରେ ପାଳନ ହେବାକୁ ଥିବା ବେଳେ ଅକ୍ଟୋବର ମାସ ଶେଷ ସପ୍ତାହରୁ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଗତ ଦୁଇ ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆସୁଥିବା ବେଳେ ଚଳିତ ବର୍ଷ ସ୍ମରଣିକା ଓ ବଲାଙ୍ଗିର ବିଷୟ ସମ୍ପର୍କିତ ସମ୍ପାନକୁ ବେଶ ଗୁରୁତ୍ୱ ଦେଇଛି କମିଟି । କେବଳ ଅବିଭକ୍ତ ବଲାଙ୍ଗିର ଜିଲାର ସଂସ୍କୃତି, ଐତିହ, ପରମ୍ପରା, କୃତୀ, ପ୍ରକୃତି, ବୀରତ୍ୱର ଗାଥା, ଅନାଲୋଚିତ କଥା ଝଲସିବ ବୋଲି ମତ ପ୍ରକାଶ ପାଇଥିଲା । ବଲାଙ୍ଗିର ଦିନ ଉପଲକ୍ଷେ ସ୍ମରଣିକାର ନାମକରଣ ବିଚାର ବିମର୍ଷ ପରେ ଖୁବଶୀଘ୍ର ଘୋଷଣା କରାଯିବ । ପ୍ରକାଶିତ ହେବାକୁ ଥିବା ସ୍ମରଣିକା ବଲାଙ୍ଗିର ସଂପର୍କୀତ ଏକ ସନ୍ଦର୍ଭ ଭାବେ ବ୍ୟବହାର ହେଲା ଭଳି ହେବ ବୋଲି ମତ ପ୍ରକାଶ ପାଇଥିଲା ।
ବୈଠକରେ ଉପଦେଷ୍ଟା ମଣ୍ଡଳୀର ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସମ୍ଭକାର ତଥା ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, ରତନ ମହାରଣା, ସମ୍ପାନ କମିଟିର ପ୍ରମୁଖ ବୀରେନ୍ଦ୍ର କୁମାର ଝାଙ୍କର, ସ୍ମରଣିକାର ମୁଖ୍ୟ ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ, ସମ୍ପାଦକ ବିଭୁ କଲ୍ୟାଣ ଗଡ଼ତ୍ୟା, ସଦସ୍ୟା ଆବାହିକା ଗବେଷିକା ସୀମାରାଣୀ ରଥ, ସଦସ୍ୟା କସ୍ତୁରୀ ରଥ, ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଚିତ୍ରଶିଳ୍ପୀ ଦିଲୀପ କୁମାର ସିଂଦେଓ, ପତିତପାବନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ, କାର୍ଯ୍ୟକାରୀ ସଭାପତି ଜୟକୃଷ୍ଣ ମିଶ୍ର, ଦିନେଶ ଶର୍ମା, ବିବେକାନନ୍ଦ ପଟେଲ, ରାମ ଶଙ୍କର ଶତପଥୀ, ସୌମ୍ୟ ରଂଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସଭାକୁ ସମ୍ପାଦକ ବିଭୁକଲ୍ୟାଣ ଗଡ଼ତ୍ୟା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଯୁଝେଷ୍ଟି ମେହେର ।

Leave a Reply