ଏହି ସୁନ୍ଦରୀ ମହିଳା ସୈନିକଙ୍କ ଭୟରେ ବାରିଶାରେ ଲୁଚିଥିଲା ଆତଙ୍କ ଦୁନିଆର ବାଦଶାହ ବଗଦାଦି

ଦେଶ ଓ ବିଦେଶବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ବିଶ୍ଵର ସବୁଠାରୁ ଭୟଙ୍କର ଆତଙ୍କବାଦୀ ଅବୁ ବକର ଅଲ୍ ବଗଦାଦି ଆମେରିକୀୟ କମାଣ୍ଡୋ ହାତରେ ମୃତ୍ୟୁ ବରଣ କରିଛି। ଆମେରିକୀୟ କମାଣ୍ଡୋ ଓ ଡଗ୍ ସ୍କ୍ୱାର୍ଡ ସିରିଆର ଖତରନାକ୍ ଆତଙ୍କୀ ସଂଗଠନ ଆଇଏସଆଇଏସ୍ ମୁଖ୍ୟ ବଗଦାଦି ବାରିଶା ସିରିଆରେ ନିହତ ହୋଇଛି । ଆତ୍ମଘାତୀ ପ୍ରସ୍ତୁତ କରୁଥିବା ବଗଦାଦି ଖୋଦ୍ ନିଜ ମୃତ୍ୟୁକୁ ଦେଖି ଭୟଭୀତ ହୋଇ ପଡ଼ିଥିଲା। ଏପରିକି ଶେଷ ମୁହୂର୍ତ୍ତରେ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଆତଙ୍କ ଜଗତର ବାଦଶହା କିଛି ସୁନ୍ଦରୀ ମହିଳା ସୈନିକଙ୍କ ଭୟରେ ବରିଶା ଗୁମ୍ଫାରେ ଲୁଚିବାକୁ ମଜବୁର ହୋଇଥିଲା।

ବଗଦାଦିର ମୃତ୍ୟୁର କାରଣ ପାଲଟିଥିବା ଏହି ମହିଳା ସୈନିକମାନେ ହେଉଛନ୍ତି କୁର୍ଦର। ଆଇଏସଆଇଏସ୍ ର ଗଡ଼ ସିରିଆରେ କୁର୍ଦିସ୍ ଫାଇଟରଙ୍କ ଭୟରେ ଆତଙ୍କିମାନେ ସେମାନଙ୍କ ଶିବିର ଆଖପାଖକୁ ବି ଯାଆନ୍ତି ନାହିଁ। ଏପରିକି ଏହି ମହିଳା ସୈନିକମାନେ ଆଇଏସଆଇଏସର ଅନେକ ଯୁଦ୍ଧାଙ୍କୁ ମାରି ସାରିଛନ୍ତି।

ଯୁଦ୍ଧ ପାଇଁ ଦିଆଯାଏ ସବୁଠୁ କଠିନ ତାଲିମ

ସିରିଆର ସୀମାବର୍ତ୍ତି କ୍ଷେତ୍ରରେ ଆଇଏସର ମୁକାବିଲା ପାଇଁ ଏହି କୁର୍ଦିଶ୍ ମହିଳା ସୈନିକଙ୍କୁ ନିୟୋଜିତ କରାଯାଇଛି। ଇସଲାମିକ ଷ୍ଟେଟର ମୋଷ୍ଟ୍ ୱାଣ୍ଟେଡ ଆତଙ୍କବାଦୀଙ୍କ ସହ ମୁକାବିଲା କରିବା ପାଇଁ ଏହି ସୁନ୍ଦରୀ ମହିଳା ଯୋଦ୍ଧାଙ୍କୁ ଗରମ ତଥା ପଥରରେ ଭର୍ତ୍ତି ମରୁଭୂମିରେ ଯୁଦ୍ଧ କରିବା ପାଇଁ ସବୁଠୁ କଠିନ ତାଲିମ୍ ଦିଆଯାଏ। ଯେ କୌଣସି ପରିସ୍ଥିତିରେ ମୁକାବିଲା ଲାଗି ଏହି ମହିଳା ସୈନିକଙ୍କୁ ଅନେକ ପ୍ରକାରର ଅଟୋମେଟିକ ତଥା ଘାତକ ହତିଆର ଓ ଗୋଳାବାରୁଦର ପ୍ରଶିକ୍ଷଣ ଦିଆଯାଇଛି। ଇରାକର ଏହି ଜୱାଜ୍ ମହିଳାମାନେ କୁର୍ଦିଶ ପେସମେର୍ଗା ଫାଇଟରସରେ ସାମିଲ ଅଛନ୍ତି। ବର୍ଲିନ, ଇରାକରେ ଏମାନଙ୍କୁ କଡ଼ା ସୈନ୍ୟ ତାଲିମ୍ ଦିଆଯାଏ। ୟୁଏସ୍ ଆର୍ମି ସମେତ ଅନେକ ଅଞ୍ଚଳର ସେନା ଲାଗି ଚେଲେଂଜ ପାଲଟିବା ଆଇଏସ୍ ଯୋଦ୍ଧା କେବେ ବି ଭାବି ନ ଥିବେ।

ଅଲଗା କୁର୍ଦିସ୍ତାନ୍ ସ୍ବପ୍ନ

ଏହି କୁର୍ଦ୍ ମହିଳାଙ୍କ ଜଜୱା ଓ ସହସକୁ ଦେଖି ଆମେରିକା ଓ ଜର୍ମାନ୍ ସୈନ୍ୟବାହିନୀ ବି ଇସଲାମିକ ଷ୍ଟେଟ ସହ ମୁକାବିଲା କରିବା ପାଇଁ ଏମାନଙ୍କୁ ଅନେକ ପ୍ରକାରର ତାଲିମ୍ ଦେଇଥାନ୍ତି। ପୃଥକ୍ ପୃଥକ୍ ସମୟରେ ନ୍ୟୁଜ୍ ଆଜେନ୍ସି ତଥା ଅନ୍ତରାଷ୍ଟ୍ରୀୟ ମିଡ଼ିଆ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ ଏହି କୁର୍ଦିଶ ଯୋଦ୍ଧା କହିଛନ୍ତି ଯେ, ସେମାନେ ଅନେକ ଦେଶରୁ ଆସିଥିବା ସହ ଅଲଗା କୁର୍ତିସ୍ତାନ୍ ଦେଶର ସ୍ବପ୍ନ ଦେଖୁଛନ୍ତି। ତେଣୁ କିଛି ମାସ କଡ଼ା ତାଲିମ୍ ପରେ ସେମାନଙ୍କୁ ଅଲଗା ଅଲଗା ଫ୍ରଣ୍ଟରେ ସାମିଲ ହୋଇ ଆଇଏସ୍ ଆତଙ୍କବାଦୀଙ୍କ ସହ ମୁକାବିଲା କରିବା ପାଇଁ ନିୟୋଜିତ କରାଯାଏ।

କୁର୍ଦ ଏକ ବିବାଦିତ ଅଞ୍ଚଳ

କୂର୍ଦ ଏକ ବିବାଦୟୀୟ ଅଞ୍ଚଳ, ଯେଉଁଠି ଆଇଏସଆଇଏସ ଆତଙ୍କବାଦୀଙ୍କ ସହ ଲଢେଇ କରୁଛନ୍ତି। ତୁର୍କୀ, ଇରାନ ଓ ସିରିଆ ସୀମାବର୍ତି ଅଞ୍ଚଳରେ ଥିବା କୂର୍ଦ ନିବାସୀ ନିଜ ପାଇଁ ବହୁତ୍ ଖତରା ମାନନ୍ତି। ବିଶ୍ଵର ସବୁଠାରୁ ଭୟାନକ ଆତଙ୍କବାଦୀଙ୍କ ସହ ଲଢୁଥିବା ଏହି ମହିଳା ସୈନିକଙ୍କ କହିବା କଥା ହେଲା କୁର୍ଦୀସ୍ତାନ୍ ଏକ, ଅଲଗା ନୁହେଁ। ସେମାନେ ସୀମାରେ ସମସ୍ତ କୁର୍ଦୀଙ୍କୁ ସୁରକ୍ଷା କରିବା ପାଇଁ ହତିଆର୍ ଧରିଛନ୍ତି।

୧୮ରୁ ୨୫ ବର୍ଷ ତାଙ୍କ ବୟସ

ସୈନ୍ୟ ତାଲିମ୍ ପାଇଁ ଇରାନରୁ ଇରାକ ପହୁଞ୍ଚିଥିବା ଏହି କୁର୍ଦୀ ମହିଳା ସୈନିକଙ୍କ ବୟସ ୧୮ରୁ ୨୫ ବର୍ଷ। ସେମାନଙ୍କ ମଧ୍ୟରୁ ଅଧିକାଂଶ କଲେଜରେ ସ୍ନାତକ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ତାଙ୍କ କହିବା କଥା ହେଲା, ଆତଙ୍କବାଦୀ ମାନେ ସିରିଆ ସ୍ଥିତ ସିଞ୍ଜର ଅଞ୍ଚଳରେ ଇସଲାମିକ ଷ୍ଟେଟ ଅକ୍ତିଆର କରିଥିଲା। ଏହାପରେ ମହିଳା ମାନେ ଆତଙ୍କବାଦୀ ସହ ମୁକାବିଲା କରିବା ପାଇଁ ହାତିଆର୍ ଧରିଥିଲେ।

୨୩ ବର୍ଷୀୟ ଫାଇଟର ୧୦୦ ଆଇଏସ୍ ଆତଙ୍କବାଦୀଙ୍କୁ ମାରିଥିଲେ

୨୦୧୭ ରେ ଆତଙ୍କବାଦୀମାନେ ୨୩ ବର୍ଷୀୟ ଜଣେ ମହିଳା କୁର୍ଦିସ ଫାଇଟର ଯୋଆନା ପଳାନିକୁ ମାରିବା ପାଇଁ ୧୦ ଲକ୍ଷ ଡଲାର ଟଙ୍କା ପୁରସ୍କାର ରଖାଯାଇଥିଲା। ସୂଚନା ଅନୁସାରେ ଯୋଆନା ପଳାନି ଏକୁଟିଆ ଶହେରୁ ଅଧିକ ଆଇଏସ ଆତଂକବାଦୀଂକୁ ମାରିଥିଲେ। କୂର୍ଦର ମୂଳ ଅଧିବାସୀ ଡେନିଶ ଯୁବତୀ ଯୋଆନା ପଲାନି ଗତ ୨୦୧୪ ମସିହାରେ ଆଇଏସ୍ ବିରୋଧରେ ଲଢ଼େଇ କରିବା ପାଇଁ ପାଠପଢ଼ା ଛାଡ଼ି ଦେଇଥିବା ଜଣାଯାଏ।

Photo credit: dainik jagaran

Leave a Reply