ଏନ୍ଏନ୍ ବ୍ୟୁରୋ I ବଲାଙ୍ଗିର ନବଜାତ ଶିଶୁକୁ ପର ହାତରେ ଟେକିଦେବା ଘଟଣାରେ ଏଏନ୍ଏମ୍ ସସପେଣ୍ଡ I ସୁନାମୁଦି ସ୍ବାସ୍ଥ୍ୟକର୍ମୀ ମମତା ଭୋଇଙ୍କୁ କାର୍ଯ୍ୟରୁ ନିଳମ୍ବନ କରିଛିନ୍ତି ସିଡିଏମଓ I ବଲାଙ୍ଗିର ଜିଲ୍ଲା ସାନଗୁରୁଜୀଭଟା ଗାଁରେ ଶିଶୁକନ୍ୟାକୁ ଅନ୍ୟ ହାତରେ ଟେକିଦେବା ଘଟଣାରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି I ଘଟଣାରେ ଏଏନ୍ଏମ୍ ମମତା ଭୋଇଙ୍କୁ ସସପେଣ୍ଡ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ I ନବଜାତ ଶିଶୁ କନ୍ୟାଙ୍କୁ ପର ହାତରେ ଟେକି ଦେବା ଘଟଣାରେ ସମ୍ପୃକ୍ତି ନେଇ ତାଙ୍କୁ ସସପେଣ୍ଡ କରାଯାଇଛି I ସୂଚନାଯୋଗ୍ୟ ଯେ, ଗତ 3 ତାରିଖରେ ସାନଗୁରୁଜୀଭଟା ଗାଁର ଅରୁଣାବତୀ ନାଗଙ୍କ ଘରେ ଶିଶୁ କନ୍ୟା ନଥିବା ନେଇ ଆଶାକର୍ମୀ ANMଙ୍କୁ ଜଣାଇଥିଲେ I ହେଲେ ଦୀର୍ଘ 10 ଦିନ ପରେ ବି ANM ମମତା ଭୋଇ ଘଟଣା ସମ୍ପର୍କରେ କିଛି ନଜଣାଇ ଚୁପ୍ ରହିଥିଲେ I ଯେଉଁଥି ପାଇଁ ଏଏନ୍ଏମ୍ ମମତା ଭୋଇଙ୍କ ଉପରେ ସନ୍ଦେହ ସ୍ରୁଷ୍ଟି ହୋଇଥିଲା I ତେଣୁ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ଭାବେ ନେଇ ଖୋଦ୍ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଶିଶୁର ମା ଅରୁଣାବତୀ ନାଗଙ୍କ ଘରକୁ ଯାଇ ପଚାରି ବୁଝିଥିଲେ I ସେତିକିବେଳେ ଏଏନ୍ଏମ୍ ମମତା ଭୋଇ ଛୁଆ ଦେଇଥିବା କଥା ନିଜେ ସ୍ଵୀକାର କରିଥିଲେ I ତେଣୁ ANM ମମତା ଭୋଇଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କେଭି ନିର୍ଦ୍ଦେଶ ଦେଇଥିଲେ l ତାସହ ଘଟଣାରେ ଯାହାଙ୍କ ସମ୍ପୃକ୍ତି ଆସିବ ତାଙ୍କୁ ଛଡା ଯିବ ନାହିଁ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ I ଏବଂ ଆଜି ସମ୍ପୃକ୍ତ ANM ମମତା ଭୋଇଙ୍କୁ ସସପେଣ୍ଡ କରିଛନ୍ତି ବଲାଙ୍ଗୀର ସିଡିଏମଓ I ହେଲେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ମାନଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ସେ ଉପରେ ସମସ୍ତଙ୍କ ନଜର ରହିଛି I
ବଲାଙ୍ଗିର ଶିଶୁ ବିକ୍ରି ମାମଲା: ଏଏନ୍ଏମ୍ ମମତା ଭୋଇ ସସପେଣ୍ଡ
