ନବନୀତା, ଭୁବନେଶ୍ୱର: ଅନୁଗୋଳ ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଉତ୍ତେଜନା । ଦୁର୍ଘଟଣାରେ ଗୁରୁତର ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି । ଘଟଣାର ପ୍ରତିବାଦରେ ପରିବାର ଲୋକେ ସ୍ମେଲଟର ଓ ସିପିସି ପ୍ଲାଂଟର ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାରର ଜଣକୁ ଚାକିରି ଦେବା ଦାବିରେ ମୃତଦେହ ରଖି ଆନ୍ଦୋଳନ କରିଛନ୍ତି । ଘଟଣା ଅନୁସାରେ, ଗତ ଜୁଲାଇ ୨୩ ତାରିଖରେ ଅନୁଗୋଳ ନାଲକୋ ସ୍ମେଲଟର ପ୍ଲାଂଟରେ ଦୁର୍ଘଟଣା ଘଟିଥିଲା । ଏଥିରେ ୪ ଜଣ ଗୁୁରୁତର ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ ଗୁରୁତର ମିଥୁନ ନାଥଙ୍କ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହାକୁ ପ୍ରତିବାଦ କରି ଗାଁ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପୋଲିସ ଓ ସିଆଇଏସଏଫ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ । ତେବେ ଏନେଇ ନାଲେକା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।
ନାଲକୋ ପ୍ଲାଣ୍ଟରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
