ଅଯୋଧ୍ୟା ଜମି ବିବାଦ ମାମଲାରେ ନିୟମିତ ହେବ ଶୁଣାଣି

ଦେଶ ଓ ବିଦେଶବଡ଼ ଖବର

ବନୀତା, ଭୁବନେଶ୍ୱର/ଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ନିୟମିତ ଶୁଣାଣି ହେବ । ମଧ୍ୟସ୍ଥତା କମିଟିର କିଛି ବି ନିର୍ଯ୍ୟାସ ବାହାରି ନ ପାରିବାରୁ ସବୋର୍ଚ୍ଚ ଅଦାଳତ ଏଣୁ ଏଣିକି ନିୟମିତ ଶୁଣାଣି କରିବାକୁ ନିଷ୍ପତି ନେଇଛନ୍ତି । ଶୁକ୍ରବାର ଅଯୋଧ୍ୟା ଜମି ବିବାଦ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଆସନ୍ତା ୬ ତାରିଖରୁ ନିୟମିତ ଶୁଣାଣି କରିବାକୁ କୋର୍ଟ ନିଷ୍ପତି ନେଇଛନ୍ତି । ମୁଖ୍ୟ ବିଚାରପତି ରଂଜନ ଗୋଗୋଇ କହିଛନ୍ତି, ଯେ ପର୍ଯ୍ୟନ୍ତ ଶୁଣାଣି ଶେଷ ନ ହୋଇଛି ସେଯାଏ ନିୟମିତ ଶୁଣାଣି ହେବ । ମଧ୍ୟସ୍ଥତା ସମିତି କିଛି ବି ନିର୍ଯ୍ୟାସ ନେବାରେ ଅସଫଳ ହୋଇଛି । ଅଦାଲତ କହିଛନ୍ତି, ମଧ୍ୟସ୍ଥତା ସମିତିର କିଛି ବି ନିଷ୍ପତି ବାହାରି ପାରିନି । ତେଣୁ ସପ୍ତାହରେ ତିନି ଦିନ ନିୟମିତ ଶୁଣାଣି କରାଯିବ । ମଂଗଲବାର, ବୁଧବାର ଓ ଗୁରବାର ଶୁଣାଣି ହେବ ।

ଗୁରବାର ବନ୍ଦ ଲଫାଫାରେ ମଧ୍ୟସ୍ଥତା କମିଟି କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । ସର୍ବୋଚ୍ଚ ଅଦାଲତ ପୂର୍ବରୁ କହିଥିଲେ ଯେ, ଯଦି ଏଥିରେ କୌଣସି ସମାଧାନ ନ ବାହାରେ ତାହାଲେ ମାମଲା ଦୈନନ୍ଦିନ ଶୁଣାଣି କରାଯିବ । ମୁଖ୍ୟ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଖଣ୍ଡପୀଠରେ ବିଚାରପତି ଏସଏ ବୋବଡେ, ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼, ବିଚାରପତି ଅଶୋକ ଭୂଷଣ ଏବଂ ବିଚାରପତି ଏସଏ ନଜୀର ସାମିଲ ଅଛନ୍ତି ।