ମୃତକଙ୍କ ପରିବାରକୁ ଦିଆଗଲା ୫ ଲକ୍ଷ ଲେଖାଏଁ କ୍ଷତିପୂରଣ

ଅପରାଧଓଡ଼ିଶା

ବନୀତା, ଭୁବନେଶ୍ୱର: କୋଇଲା ଖଣିରେ ମୃତ କର୍ମଚାରୀଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ। ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ.ସୁଶାନ୍ତ ସିଂ ମୃତକ କର୍ମଚାରୀଙ୍କ ଗାଁକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୫ ଲକ୍ଷ ଟଙ୍କା ଲେଖାଏଁ ସମ୍ପୃକ୍ତ ପରିବାରକୁ ସହାୟତା ରାଶି ପ୍ରଦାନ କରିଛନ୍ତି। ଏ ଅବସରରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ।

ଗତ ୨୩ ତାରିଖ ରାତି ପ୍ରାୟ ସାଢେ଼ ୧୧ଟା ସମୟରେ ତାଳଚେର ଭରତପୁର କୋଇଲା ଖଣି ଦୁର୍ଘଟଣାରେ ଘଟିଥିଲା । ଘଟଣାରେ ୪ ଜଣ ନିଖୋଜ ହୋଇଯାଇଥିବା ବେଳେ ୯ ଜଣଙ୍କୁ ଉଦ୍ଧାର କରାଯାଇ ତାଳଚେର ସେଣ୍ଟ୍ରାଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ବୁଧବାର ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗୁରୁବାର ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହେଲେ ଏବେବି ନିଖୋଜ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ପାରିନି। MCL କର୍ତ୍ତୃପକ୍ଷଙ୍କ ଖାମଖିଆଲି ଯୋଗୁଁ ଖଣିରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ହାନି ହେଉଛି। ଏପରିକି ଉଦ୍ଧାର କାର୍ଯ୍ୟରେ ଅବହେଳା ଲାଗି ଏବେ ସୁଦ୍ଧା ଜଣଙ୍କ ମୃତଦେହ ଉଦ୍ଧାର ହୋଇପାରିନି। ଏଥିପାଇଁ ତାଳଚେର ଭରତପୁର ଖୋଲା ମୁହାଁ ଖଣିର ocp ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି MCL CMD। ଏବଂ ଘଟଣାରେ ମୃତକଙ୍କ ପରିବାରକୁ MCL ପକ୍ଷରୁ ମଧ୍ୟ ୫ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରାଯାଇଛି।

Leave a Reply